No Result
View All Result
୧୩ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ୱର :-> ଆମଣ ପଞ୍ଚାୟତରେ ଚାଷୀଙ୍କୁ ମାଗଣାରେ ମୁଗମଞ୍ଜି ଔଷଧ ବିତରଣ । ରାଜ୍ୟ କୃଷି ବିଭାଗ ଏବଂ କେ ଭି ଏସ ଏସ ଲିମିଟେଡ଼ ଓଡିଶା ଫାଉଣ୍ଡେସନ ଏବଂ ସିସିଡ଼ବ୍ଲୁଡି ର ମିଳିତ ସହଯୋଗରେ ମଙ୍ଗଳବାର ଦିନ ଆମଣ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ମୁଗଚାଷ କରିବା ପାଇଁ ଚାଷୀ ମାନଙ୍କୁ ମାଗଣାରେ କ୍ଷୁଦ୍ର ଚାଷୀ ପିଛା ୪ କେଜି ମୁଗ ଏବଂ ବଡ଼ ଚାଷୀ ମାନଙ୍କୁ ୮ କେଜି ଲେକ୍ଷାଏଁ ମୁଗ ଔଷଧ ବିତରଣ କରାଯାଇଥିଲା ।

ଆମଣ ପଞ୍ଚାୟତର ୨୦୦ ଶହ କ୍ଷୁଦ୍ର ଏବଂ ବଡ଼ ଚାଷୀ ମାନଙ୍କୁ ମୁଗଚାଷ କରିବା ପାଇଁ ସଚେତନତା କରାଯିବା ସହ ଏହି ମୁଗ ମଞ୍ଜି ଯୋଗାଇ ଦିଆଯାଇଛି । ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ଏନଜିଓ ପ୍ରୋଭାଇଡ଼ର ଅପର୍ଣ୍ଣା ପାଲଙ୍କ ଉପସ୍ଥିତିରେ ଆମଣ ସରପଞ୍ଚ ମାନସୀ ପୃଷ୍ଟି, ସମିତି ସଭ୍ୟ ରାଜ କିଶୋର ପଟ୍ଟନାୟକ,

ପଞ୍ଚାୟତ କୃଷକ ସାଥୀ ସୁଶାନ୍ତ କୁମାର ସାମନ୍ତରାୟ, ପୂର୍ବତନ ସରପଞ୍ଚ ଶିବ ଚରଣ ପୃଷ୍ଟି , ସମସ୍ତ ୱ।ର୍ଡ଼ ସଭ୍ୟ ସଭ୍ୟାଙ୍କ ଉପସ୍ଥିତରେ ମୁଗ ବିହନ ଏବଂ ଔଷଧ ପ୍ରଦାନ କରାଯାଇଥିଲା । ପଞ୍ଚାୟତର ସାଶୋଳ, ଆମଣ, ଅଡାଳିଆ, ବାଗଧରାପୁର, ବିଶ୍ୱାଳପଡା, ସବଳପୁର, ଚାମରପଡା, ଆମଣପଡା ଆଦି ଗ୍ରାମରୁ ଆସିଥିବା ଚାଷୀ ମାନଙ୍କୁ ଏହି ମିନିକିଟ ପ୍ରଦାନ କରାଯାଇଥିଲା ।

No Result
View All Result