ଏହି ଉତ୍ସବ ପାଳନ ପାଇଁ ଆଇଆଇଟି ଭୁବନେଶ୍ୱରର ପ୍ରଥମ ନିୟମିତ ନିର୍ଦ୍ଦେଶକ ପ୍ରଫେସର ମଧୁସୂଦନ ଚକ୍ରବର୍ତ୍ତୀଙ୍କ ସହ ଏକ ସ୍ୱତନ୍ତ୍ର ପାରସ୍ପରିକ ଭାବ ଆଦାନପ୍ରଦାନର ଅଧିବେଶନ ଆୟୋଜିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟାପକବୃନ୍ଦ ଏବଂ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।
କାର୍ଯ୍ୟକ୍ରମର ପ୍ରାରମ୍ଭରେ, ଆଇଆଇଟି ଭୁବନେଶ୍ୱରର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କରମଲକର ପ୍ରଫେସର ଚକ୍ରବର୍ତ୍ତୀଙ୍କୁ ସ୍ୱାଗତ କରିଥିଲେ ଏବଂ ତାଙ୍କର ପରିଚୟ ପ୍ରଦାନ କରିଥିଲେ। ପ୍ରତିଷ୍ଠାନରଇତିହାସ ଏବଂ ଆଇଆଇଟି ଭୁବନେଶ୍ୱରର କ୍ୟାମ୍ପସ ବିଷୟରେ ସେ ସଂକ୍ଷେପରେ ବର୍ଣ୍ଣନା କରିଥିଲେ।
ଏହି ସମାବେଶକୁ ସମ୍ବୋଧିତ କରି ପ୍ରଫେସର ଚକ୍ରବର୍ତ୍ତୀ ଆଇଆଇଟି ଭୁବନେଶ୍ୱର ପ୍ରତିଷ୍ଠା ତଥା ଅନୁଷ୍ଠାନର ବର୍ତ୍ତମାନର କ୍ୟାମ୍ପସର ବିକାଶ ଦିଗରେ ପ୍ରୟାସ ସମ୍ବନ୍ଧରେ ନିଜର ଅନୁଭୂତି ଉଲ୍ଲେଖ କରିଥିଲେ। ଅଧ୍ୟାପକବୃନ୍ଦ ଏବଂ କର୍ମଚାରୀଙ୍କ ସହ ତାଙ୍କର ଭାବ ବିନିମୟ ସମୟରେ ସେ ଆଗାମୀ ଦିନରେ ପ୍ରତିଷ୍ଠାନର
ଅଭିବୃଦ୍ଧି ବିଷୟରେ ତାଙ୍କର ମୂଲ୍ୟବାନ ଜ୍ଞାନ ବାଣ୍ଟିଥିଲେ। ଡିନ୍ (ଛାତ୍ରଛାତ୍ରୀ ବ୍ୟାପାର) ପ୍ରଫେସର ରାଜେଶ ରୋଶନ ଦାଶ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ସନ୍ଧ୍ୟାରେ ଛାତ୍ରଛାତ୍ରୀ ଏବଂ ପ୍ରତିଷ୍ଠାନର ସଦସ୍ୟମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

© 2023 Odisha Taza News.