ହେଲୋ ପଏଣ୍ଟ, ସାନଛତ୍ରଙ୍ଗର କେଜ କଲ୍ଚର ଏବଂ ଦ୍ୱିତୀୟ ଦିନ କଲମପୁର ବ୍ଲକରେ ବଙ୍କାପଲାର ଅଙ୍ଗନ୍ ବାଡି କେନ୍ଦ୍ର, ଛତୁଚାଷ, କଦଳିଚୁଆଁ ଓ ଶାଗବାରିର ହାଇବ୍ରିଡ ଟମାଟୋ ଓ କଦଳୀ ଚାଷ, ଧନପୁର ଅଚ୍ୟୁତାନନ୍ଦ ୫ଟି ହାଇସ୍କୁଲ ,ବନ୍ଧକନା ପ୍ରାଥମିକ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର, ସୁକନ୍ୟା ମିଶନ ଶକ୍ତି କାଫେ ପରିଦର୍ଶନ କରିଥିଲେ। କେନ୍ଦ୍ର ପ୍ରଭାରୀଙ୍କ ସହ ଅତିରିକ୍ତ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ କଳାହାଣ୍ଡି,ଥୁଆମୁଳ ରାମପୁର ବି ଡି ଓ,କଲମପୁର ବି ଡି ଓ, ଡି ଏସ ଡବ୍ଲୁ ଓ, ଡି ଡି ପ୍ଲାନିଙ୍ଗ, ଡି ଡି ଏଚ୍ଚ, ଡି ପି ଏମ (ଏନ୍ ଏଚ ଏମ)ଗସ୍ତ କରିଥିଲେ। ବୈଠକରେ ଜିଲ୍ଲାରେ ସ୍ଵାସ୍ଥ୍ୟ ବିଭାଗରେ ଉନ୍ନତି ଯଥା ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରସବ, ଟୀକାକରଣ,ଶିଶୁ ମୃତ୍ୟୁହାର,ମାତୃ ମୃତ୍ୟୁହାର , ଆନେମିଆ, ଲିଙ୍ଗ ଅନୁପାତ,ମା ଗୃହ, ସ୍ଵାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ,
ଅଙ୍ଗନବାଡ଼ି କେନ୍ଦ୍ର, ପୋଷଣ, ଶିକ୍ଷା ବିଭାଗରେ ପ୍ରାଥମିକ ଶିକ୍ଷା, ଡ୍ରପ ଆଉଟ୍ ହାର, ବିଦ୍ୟାଳୟ ପରିମଳ, ସାକ୍ଷରତା,ଜିଲ୍ଲା ପ୍ରଶାସନ ଦ୍ବାରା “ପଢିବାକୁ ଶିଖିବା: ଶିଖିବାକୁ ପଢ଼ିବା”, ସ୍କୁଲ୍ ଡାକୁଛେ ଆ, କୃଷି ବିଭାଗରେ ପ୍ରଧାନମନ୍ତ୍ରୀ ଫସଲ ବିମା ଯୋଜନା, କୃଷି ଋଣର ଅଗ୍ରଗତି, ଧାନ ଓ କପାର ଉତ୍ପାଦନ, ଭିତ୍ତିଭୂମିରେ ଗ୍ରାମାଞ୍ଚଳରେ ଗୃହମାନଙ୍କରେ ଶୌଚାଳୟ, ବିଦ୍ୟୁତକରଣ,ରାସ୍ତା, ଜନସେବା କେନ୍ଦ୍ର, ଅଟଳ ପେନସନ, ଜନଧନ ଯୋଜନା,ମୁଦ୍ରା ଯୋଜନାରେ ସୂଚକର ଅଗ୍ରଗତି ଓ ବିଫଳତାକୁ ସମୀକ୍ଷା କରି ସଂପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ପଚାରିଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ସି ଡି ଏ ଓ,ସି ଡି ଭି ଓ,ସି ଡି ଏମ ଓ,ଡି ଏସ ଡ ବ୍ଲୁ ଓ, ଡି ଡି ପ୍ଲାନିଂ, ଡି ଆଇ ପି ଆର୍ ଓ, ଇ ଈ ଆର୍ ଡବ୍ଲୁ ଡି, ଏସ ଇ, ଗ୍ରାମ୍ୟଜଳଯୋଗାଣ ଓ ପରିମଳ, ଡି ଡି ଏଚ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

© 2023 Odisha Taza News.