No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ) ଭୁବନେଶ୍ୱର :- ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ୱାର୍ଡ ନଂ ୪୯, ୬୨ ରେ ବିଜୁଜନତା ଦଳର ଜନ ସମ୍ପର୍କ ଅଭିଯାନ,ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ,କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରିମୟୀ ମିଶ୍ର ଯୋଗ ଦେଇଥିଲେ। ଆଜି ପୂର୍ବାହ୍ନରେ ୱାର୍ଡ ନଂ ୪୯ ର ଫୁଲେଶ୍ଵରି ବିଜୁ ଆଦର୍ଶ କଲୋନୀରୁ ଆରମ୍ଭ ହୋଇ ରାଜୀବ ନଗର,ଶ୍ରୀକ୍ଷେତ୍ର ବିହାର, ଆନି ଏନକ୍ଲେବ,ଆଇଗିଣିଆ ଗ୍ରାମ ପ୍ରଭୁତି ଅଞ୍ଚଳ ପରିକ୍ରମା କରିବାସହ, ଅପରାହ୍ନ ରେ ୱାର୍ଡ ନଂ ୬୨ ର ଗଣ୍ଡମୁଣ୍ଡ।,ଉପର ତାରିଣୀ, ତଳ ତାରିଣୀ, ବିଡିଏ କଲୋନୀ,ପୋଖରୀ ପୁଟ ଗ୍ରାମ, ଅନନ୍ତବିହାର,କାରଗିଲ ବିଜୁ ଆଦର୍ଶ କଲୋନୀ ଅଞ୍ଚଳ ପରିକ୍ରମା କରି ନବୀନ ସରକାରର ବିଭିନ୍ନ ଜନ କଲ୍ୟାଣ କରି ଯୋଜନା ମାନ ଲୋକଙ୍କ ପାଖରେ ପହଞ୍ଚାଇ ଥିଲେ।ଏହି ପରିବାର ସମ୍ପର୍କ ପଦଯାତ୍ରାକୁ ସମସ୍ତ ଅଞ୍ଚାଲବସି ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ । କାର୍ଯ୍ୟକ୍ରମରେ ଓଡ଼ିଶା କୃଷି ଶିଳ୍ପ ନିଗମ ଉପାଧ୍ୟକ୍ଷ ଡ ସନ୍ତୋଷ ବେଯ, ସ୍ଥାନୀୟ କର୍ପୋରେଟର ସଂଯୁକ୍ତା ସୁନ୍ଦରାୟ ,ଚାରୁଲତା ସାମନ୍ତରାୟ,ଦୀପକ ମିଶ୍ର, ଶିବ ପ୍ରସାଦ ବେହେରା, ପୂର୍ବତନ କର୍ପୋରେଟର ଅଶ୍ଵିନୀ ସୁନ୍ଦରାୟ, ହୃଦୟ ବଲ୍ଲଭ ସାମନ୍ତରାୟ, ଭୁବନେଶ୍ୱର ବିଜୁ ଯୁବ ଜନତା ଦଳ ସଭାପତି ସମରେଶ ବେଉରା,ରାଜେଶ ପାତ୍ର, ପୂର୍ଣେଣ୍ଡୁ ପୂଜାପଣ୍ଡା, ଶିବ ପ୍ରସାଦ ମହାପାତ୍ର, ବେଣୁଧର ସାମନ୍ତରାୟ,ଶତ୍ରୁଘ୍ନ ନାୟକ,ଏବଂ ୱାର୍ଡର ସମସ୍ତ ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟମାନେ ପଦଯାତ୍ରାରେ ସାମିଲ ହୋଇଥିଲେ।

No Result
View All Result