No Result
View All Result
୧୦ ଫେବୃଆରୀ ୨୦୨୪ (ଓଡିଶା ତାଜା ନିୟୁଜ)ଟାଙ୍ଗୀ-ଖୋର୍ଦ୍ଧା :- ଛଣଗିରି ଉଚ୍ଚ ବିଦ୍ୟାଳୟ ଠାରେ ଟାଙ୍ଗୀ ବ୍ଲକ ସ୍ତରୀୟ ପଞ୍ଚମ ମାସିକ ପ୍ରଧାନ ଶିକ୍ଷକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ଶିକ୍ଷା ଅଧିକାରୀ ରବିନ୍ଦ୍ର କୁମାର ସାହୁ ବୈଠକ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଧାଂଶୁ ମଞ୍ଚରୀ ଦେବୀ, ଡମଣଭୂଇ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁମନ୍ତ କୁମାର ଦାସ,ବଳରାମ ଦେବ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ ବିଶ୍ବଜିତ ପଲାଇ, ନିରାକାର ପୁର କ୍ଷେତ୍ରବାସୀ ଏକାଡେମୀ ପ୍ରଧାନ ଶିକ୍ଷୟତ୍ରୀ ସ୍ନିଗ୍ଧା ଛୋଟରାୟ, କୁହୁଡି ଜନତା ହାଇସ୍କୁଲ ପ୍ରଧାନ ଶିକ୍ଷକ ଅର୍ଜୁନ ସ୍ବାଇଁ ପ୍ରମୁଖ ମଞ୍ଚାସୀନ ହୋଇଥିଲେ। ବଡପାରୀ ହାଇସ୍କୁଲ ପ୍ରଧାନ ଶିକ୍ଷକ ଭଞ୍ଜ କିଶୋର ସାହୁ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ। ଗତ ବୈଠକର ପ୍ରସ୍ତାବ ଉପରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ,ଗତ ମାସର ବୈଠକରେ ଆୟୋଜକ ବିଦ୍ୟାଳୟ କୁ ଦିଆଯାଇଥିବା ପରାମର୍ଶ ଉପରେ ଆଲୋଚନା, ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ପ୍ରସ୍ତୁତି, ନିଆଯାଇଥିବା ସ୍ବତନ୍ତ୍ର ପଦକ୍ଷେପ, ପରୀକ୍ଷା କେନ୍ଦ୍ର ପ୍ରସ୍ତୁତି, ଅର୍ଦ୍ଧ ବାର୍ଷିକ ପରୀକ୍ଷା ରେ ପରୀକ୍ଷାର୍ଥୀ ଙ୍କ ଅନୁପସ୍ଥିତି , ବାର୍ଷିକ ହାଇସ୍କୁଲ ପରୀକ୍ଷା ରେ ୧୦୦ ପ୍ରତିଶତ ଉପସ୍ଥିତ ସୁନିଶ୍ଚିତ କରିବା,
ଦଶମ ଶ୍ରେଣୀ ସଂଶୋଧିତ ମୂଲ୍ୟାଙ୍କନ ରେ ଅନୁପସ୍ଥିତ ଥିବା ଛାତ୍ର ଛାତ୍ରୀ ମାନଙ୍କ ନାମଲେଖା ସଂପର୍କ ରେ ଆଲୋଚନା କରାଯାଇ ଥିଲା। ଶେଷରେ ସମସ୍ତ ପ୍ରଧାନ ଶିକ୍ଷକ ଆୟୋଜକ ବିଦ୍ୟାଳୟ ର ପରିବେଶ, ସ୍ମାର୍ଟ ଶ୍ରେଣୀ ଗୃହ,ଇ ଲାଇବ୍ରେରୀ, ଲାବରୋଟରୀ ପରିଦର୍ଶନ କରିଥିଲେ। ବ୍ଳକ ଅନ୍ତର୍ଗତ ୨୬ ଗୋଟି ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ ଯଥା, ସୁମନ୍ତ କୁମାର ଦାସ ଛାଣଗିର ହାଇସ୍କୁଲ, ବଳରାମ ପାଇକରାୟ ରାମବେଳୀ ହାଇସ୍କୁଲ, ମାନସୀ କୁମାରୀ ପରିଡା ବାଲିପାଟପୁର ହାଇସ୍କୁଲ, ମହେଶ୍ୱର ମାଝୀ ଓଲସିଂହ ହାଇସ୍କୁଲ, ପ୍ରଣତି ବିଶ୍ୱାଳ, ଉଗ୍ରତାର ହାଇସ୍କୁଲ, ନୂଆଗଡ, ସୁଜାତା କୁମାରୀ ମହାପାତ୍ର, ଭୂଷଣ୍ଡପୁର ଗାର୍ଲସ ହାଇସ୍କୁଲ, ସୁରେଶ ଚନ୍ଦ୍ର ବେହେରା ଟାଙ୍ଗୀ ଗାର୍ଲସ ହାଇସ୍କୁଲ, ପ୍ରିୟଙ୍କା ପ୍ରିୟଦର୍ଶିନୀ ରାଉତ, ପଦ୍ମାକୁମୁଦ ବିଦ୍ୟାନିକେତନ, ମଧୁସୂଦନ ସୁନ୍ଦରୟ ହାଇସ୍କୁଲ କମାଗୁରୁ, ସିପ୍ରା ମହାପାତ୍ର ହାଇସ୍କୁଲ tankolo ଛଣଗିର ଉଚ୍ଚ ବିଦ୍ୟାଳୟର ଆଲୁମିନି କମିଟି ସଭାପତି ଲଳିତ କୁମାରୀ ପଟ୍ଟନାୟକ ପୂର୍ଣ୍ଣ ସହଯୋଗ କରିଥିଲେ।

No Result
View All Result