No Result
View All Result
୩ ଫେବୃଆରୀ (ଓଡ଼ିଶା ତାଜାନି଼ଉଜ୍) ଖୋର୍ଦ୍ଧା-ଜଟଣୀ :-> ପୁରୀ ଜିଲ୍ଲା କଣାସ ବ୍ଲକ୍ ଅନ୍ତର୍ଗତ ଅଁଳାଯୋଡ଼ି ପଞ୍ଚାୟତର ଅଁଳାଯୋଡ଼ି ଗ୍ରାମଠାରେ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହୋଯାଇଛି .ଏହି ଅବସରରେ ଅଁଳାଯୋଡ଼ି ଗ୍ରାମର ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର’ ସାରସ୍ଵତ ସାଧକ ଶ୍ରୀଯୁକ୍ତ କାଳୀ ଚରଣ ଦାସ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଲକ୍ଷ୍ମଣ ବେହେରାଙ୍କୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ ମାନପତ୍ର ପ୍ରଦାନ ସହ ସମ୍ମାନୀତ (ସମ୍ୱର୍ଦ୍ଧନା) କରାଯାଇଥିଲା ।

ଆୟୋଜିତ ଏହି ସମ୍ମିଳନୀରେ ଅଁଳାଯୋଡି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଦିଲୀପ କୁମାର ରଣା ଅଧ୍ୟକ୍ଷତା କରି ନିଜର ବକ୍ତବ୍ୟରେ ଓଡ଼ିଆ ଭାଷା ଓ ସାହିତ୍ୟ ଏବଂ ସଂସ୍କୃତି ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।

ସେହିପରି ଅଁଳାଯୋଡ଼ି ଗ୍ରାମ ପଞ୍ଚାୟତ ସରପଞ୍ଚ ଶର୍ମିଷ୍ଠା ଦାସଙ୍କ ପ୍ରତିନିଧି (ସ୍ବାମୀ) ଅନ୍ୟତମ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ଲିପି ସମ୍ପର୍କରେ ଆଲୋକପାତ କରିଥିଲେ।ସେ କହିଥିଲେ ଯେ’ଓଡ଼ିଆ ଭାଷା ବିଭିନ୍ନ ଦୃଷ୍ଟୀ କୋଣରୁ ଅତ୍ୟନ୍ତ ସମ୍ବୃଦ୍ଧ। ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଭାଷା ଭାବେ ପରିଗଣିତ ହେବାକୁ ଯାଉଛି ।

ଏହି ଭାଷାର ଯଥେଷ୍ଟ ସାମର୍ଥ୍ୟ ରହିଛି । କେବଳ ଭାଷା ପ୍ରୀତି ଓ ଆନ୍ତରିକ ଉଦ୍ୟମ ଦ୍ବାରା ଭାଷା ସଂବୃଧିଶାଳୀ ହେବା ନିଶ୍ଚିତ । ଏହି ସମ୍ମିଳନୀରେ ଜିତେନ୍ଦ୍ର ବେହେରା, ବିମ୍ବାଧର ନାୟକ ଓ ସନ୍ତୋଷ ବେହେରା ପ୍ରମୁଖ ମଞ୍ଚ ଓ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏଥିରେ ଅଁଳାଯୋଡି ଗ୍ରାମ ପଞ୍ଚାୟତର ସମସ୍ତ ଶିକ୍ଷିତ ଓ ବୁଦ୍ଧିଯିବି ମାନେ ଯୋଗ ଦେଇଥିଲେ।

No Result
View All Result