ଏବଂ ମୋହନା ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ବ୍ଲକ ଅଧ୍ୟକ୍ଷ ରଞ୍ଜୀବ ଶବର ଏବଂ ଜିଲ୍ଲା ବିଜେଡି ସଭାପତି ଜଗବନ୍ଧୁ ଦାସ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଗୁଡିକ ଗାଁ ଗାଁ ରେ ଲୋକଙ୍କ ସେବାରେ ଯେପରି ଫଳପ୍ରଦ ହେଉଛି ସେ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ। ରାଜ୍ୟ ସରକାରଙ୍କ ଜଗନ୍ନାଥ ସଂସ୍କୃତି ସଂରକ୍ଷଣ, ଧାର୍ମିକ ସ୍ଥଳୀ ଗୁଡିକର ରୂପାନ୍ତରିକରଣ, ମହିଳା ସଶକ୍ତିକଣ, ବ୍ୟାଙ୍କିଙ୍ଗ ସୁବିଧା, ପ୍ରାଥମିକ ବିଦ୍ୟାଳୟ ରୁପନ୍ତିକରଣ, କ୍ରୀଡା ଭିତିଭୂମିର ବିକାଶ,
ସୁଗମ ପରିବହନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ରାଜ୍ୟର ଗରିବ ଲୋକଙ୍କ ପାଇଁ ବୋଲି ପ୍ରକାଶ କରିଥିଲେ। ଏହି ସଚେତନତା ଶିବିରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ସ୍ଥାନୀୟ ଯୁବକ ମାନଙ୍କ ଦ୍ଵାରା ପାଇକ ଖେଳ ପଦର୍ଷିତ ହୋଇଥିଲା। ଏହି ଶିବିରକୁ ମୋହନା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ ସୁ ପରିଚାଳନା କରିଥିଲେ। ଏହି ଶିବିରରେ ବହୁ ଲୋକଙ୍କ ସମାଗମ ହୋଇଥିବା ବେଳେ ଶିବିର ରେ ସରକାରଙ୍କ ବିଭିନ୍ନ ଯୋଜନା ଗୁଡ଼ିକର ସଫଳ କାର୍ଯ୍ୟ ପଦର୍ଶୀତ ହୋଇଥିଲା।

© 2023 Odisha Taza News.