No Result
View All Result
୧ ଫେବୃଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖୋର୍ଦ୍ଧା-ଜଟଣୀ :- ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଓଡିଶା ରାଜ୍ୟ ପାଇଁ ମଧ୍ୟବର୍ତ୍ତୀ କାଳୀନ ରେଳ ବଜେଟ୍ -୨୦୨୪ ଉପରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟର ରେଳ ବିଭାଗରେ ଦ୍ରୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ମଧ୍ୟବର୍ତ୍ତୀ ବଜେଟ୍ -୨୦୨୪ରେ ରାଜ୍ୟରେ ରେଳ ଭିତ୍ତିଭୂମି ତଥା ସୁରକ୍ଷା ପ୍ରକଳ୍ପ ପାଇଁ ୧୦,୫୩୬ କୋଟି ଟଙ୍କା ପାଣ୍ଠି ଆବଣ୍ଟନ କରାଯାଇଛି, ଯାହା ଦଶ ବର୍ଷ ପୂର୍ବରୁ ଆବଣ୍ଟିତ ହାରାହାରି ପାଣ୍ଠି ଠାରୁ ୧,୧୫୭% ଅଧିକ।
ଭାରତୀୟ ରେଳବାଇ ଆଧୁନିକ ଟେକ୍ନୋଲୋଜି ଏବଂ ଆଧୁନିକ ସୁବିଧା ସହିତ ବନ୍ଦେ ଭାରତ, ଅମୃତ ଭାରତ ଇତ୍ୟାଦି ଅନେକ ଆଧୁନିକ ଟ୍ରେନ୍ ଚଳାଚଳ କରିଛି,ଯାହା ଯୁବ ପିଢୀଙ୍କ ଦ୍ୱାରା ବହୁତ ଭଲ ପ୍ରତିକ୍ରିୟା ଏବଂ ପ୍ରଶଂସା ପାଇଛି। ଆଗାମୀ ଦିନରେ ବନ୍ଦେ ମେଟ୍ରୋ ଏବଂ ବନ୍ଦେ ସ୍ଲିପର ଭଳି ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ରେଳ ସୁରକ୍ଷା ଉପରେ ବିଶେଷ ଧ୍ୟାନ ଦିଆଯାଇଛି। ବର୍ତ୍ତମାନ ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ଓଡିଶାର ୫୮ଟି ରେଳ ଷ୍ଟେସନର ବିକାଶ ପାଇଁ କାର୍ଯ୍ୟ ଚାଲିଛି। ୪୨ଟି ଏକ ଷ୍ଟେସନ୍ ଏକ ପ୍ରଡକ୍ଟ ଷ୍ଟଲ୍ ଓଡ଼ିଶାର ରେଳ ଷ୍ଟେସନରେ ସ୍ଥାନୀୟ ହସ୍ତତନ୍ତ, ହ୍ୟାଣ୍ଡଲୁମ୍ ଏବଂ ଅନ୍ୟାନ୍ୟ ସ୍ଥାନୀୟ ଉତ୍ପାଦ ବିକ୍ରୟ ପାଇଁ କାର୍ଯ୍ୟକ୍ଷମ ହେଇଛି।
ଅଧିକନ୍ତୁ ଓଡିଶାରେ ୧୦୦% ରେଳ ବିଦ୍ୟୁତିକରଣ ଶେଷ ହୋଇସାରିଛି। ଭୁବନେଶ୍ୱର, ପୁରୀ ଏବଂ କଟକ ରେଳ ଷ୍ଟେସନରେ, ଇଣ୍ଟିଗ୍ରେଟେଡ୍ ଷ୍ଟେସନ୍ ବିକାଶ କାର୍ଯ୍ୟ ସମ୍ପୂର୍ଣ୍ଣ ବେଗରେ ଚାଲିଛି। ଖୋର୍ଦ୍ଧା – ବଲାଙ୍ଗୀର, ତାଳଚେର ବିମିଲାଗଡ ଇତ୍ୟାଦି ବିଭିନ୍ନ ପ୍ରକଳ୍ପ ପାଇଁ ମଧ୍ୟ କାର୍ଯ୍ୟ ଚାଲିଛି। ଖୋର୍ଦ୍ଧାରୋଡ ମଣ୍ଡଳ କାର୍ଯ୍ୟାଳୟ ସଭା ଗୃହରେ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀ ରେ, ଖୋର୍ଦ୍ଧାରୋଡ୍ ମଣ୍ଡଳର ରେଳ ପ୍ରବନ୍ଧକ, ଶ୍ରୀ ହେଚ୍ ଏସ ବାଜୱା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ କଲ୍ୟାଣୀ ପଟ୍ଟନାୟକ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା) ଶ୍ରୀ ସୁଭ୍ର ଜ୍ୟୋତି ମଣ୍ଡଳ, ବରିଷ୍ଠ ମଣ୍ଡଳ ଇଞ୍ଜିନିୟର (ସମନ୍ୱୟ) ରବି ପ୍ରକାଶ ଯାଦବ, ବରିଷ୍ଠ ମଣ୍ଡଳ ପରିଚାଳକ ପ୍ରବନ୍ଧକ ଶ୍ରୀ କେ ସନ୍ଦୀପ, ବରିଷ୍ଠ ମଣ୍ଡଳ ବାଣିଜ୍ୟ ପ୍ରବନ୍ଧକ ଶ୍ରୀ ଅମିତେଶ ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ

No Result
View All Result