
-
ମାତୃଶକ୍ତି ହିଁ ମୋର ଚଳାପଥ କୁ ସଫଳ କରିବ : ବିଧାୟକ ସରୋଜ

ପ୍ରାୟ ୧୨ ହଜାର ରୁ ଅଧିକ ମହିଲା କର୍ମୀ ଯୋଗଦେଇଥିବା ବେଳେ ଡାଙ୍ଗବାହାଲ ସରପଞ୍ଚ ରିନା ସାହୁ ଙ୍କ ସହ ୧୦୦ ଜଣ ମହିଲା ପୁରୁଷ କର୍ମୀ ବିଜେଡି ଦଳ ଯୋଗଦାନ କରିଥିଲେ । ବିଧାୟକ ଶ୍ରୀ ମେହେର ସମସ୍ତ ଙ୍କୁ ସ୍ବାଗତ କରିବା ସହ ଉତ୍ସାହିତ କରିଥିଲେ । ମୂଖ୍ୟ ମନ୍ତ୍ରୀ ନବିନ ପଟ୍ଟନାୟକ ମହିଲା ସଶକ୍ତିକରଣ ପାଇଁ ବିଭିନ୍ନ ଜନ ହିତକର ଯୋଜନା କାର୍ଯ୍ୟକାରିତା ଉପରେ ଉଦବୋଧନ ଦେଇଥିଲେ । ମାତୃଶକ୍ତି ହିଁ ମୋର ଚଳାପଥ କୁ ସଫଳ କରିବ ବୋଲି ସମସ୍ତ ମହିଳା କର୍ମୀ ଙ୍କ ଠାରୁ ଆର୍ଶୀବାଦ ଭିକ୍ଷା ପ୍ରାର୍ଥନା କରିଥିଲେ । ସେହିପରି ପାଟଣାଗଡ ବିଧାୟକ ସରୋଜ ମେହେର ଙ୍କ ଉପସ୍ଥିତି ଓ ଅରକ୍ଷିତ ଦଣ୍ଡସେନା ଙ୍କ ତତ୍ତା ବଧାନ ରେ ଫାଟାମୁଣ୍ଡା ପଞ୍ଚାୟତ ଲଣଙ୍ଗାଭଟା ହରିଜନ ବସ୍ତି ରେ ନବିନ ପଟ୍ଟନାୟକ ଙ୍କ ଯୋଜନା ଓ ବିଧାୟକ ଶ୍ରୀ ମେହେର କାର୍ଯ୍ୟଧାରା ରେ ଅନୁପ୍ରାଣିତ ହୋଇ ହରିଜନ ପଡ଼ାର ୧୦୦ ଜଣ ରୁ ଉର୍ଦ୍ଧ ମହିଲା ପୁରୁଷ ଆଜି ବିଜୁ ଜନତା ଦଳ ରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ କୁ ପାଟଣାଗଡ଼ ବ୍ଳକ ସମିତି ସଭ୍ୟ ସଂଘ ସଭାପତି ତଥା ତମିଆଁ ପଞ୍ଚାୟତ ସମିତି ସଭ୍ୟ ଗୋବିନ୍ଦ ମେହେର ପରିଚାଳନା କରିଥିଲେ ।

© 2023 Odisha Taza News.