No Result
View All Result
୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିରାକାରପୁର :- ଖୋର୍ଦ୍ଧା ଜିଲ୍ଲା ଡିଆ ପଂଚାୟତ କାଶୀପୁର ଠାରେ ମା ଭୈରବୀ ଯୁବ ସଂସଦ ଆନୁକୂଲ୍ୟରେ ଦିବଂଗତ ଚରଣ ଦଳେଇ ଓ ମଳୟ ମହାପାତ୍ର ସ୍ମାରକୀ ୪୧ ତମ ରାଜ୍ୟସ୍ତରୀୟ ଫୁଟବଲ ପ୍ରତିଯୋଗିତା ଦ୍ବିତୀୟ ସେମି ଫାଇନାଲ ଖେଳ ହୋଇଯାଇଅଛି। କାଶୀପୁର ଖେଳପଡିଆ ରେ ଏହି ଦ୍ବିତୀୟ ସେମି ଫାଇନାଲ ମ୍ୟାଚରେ ରଘୁନାଥ କ୍ଳବ ଟାଙ୍ଗୀ ଓ କୁସୁମାଟି କ୍ଳବ ମଧ୍ଯରେ ହୋଇଥିଲା। ଖେଳର ପ୍ରଥମାର୍ଦ୍ଧରେ ଟାଙ୍ଗୀ ଦଳ ୪ ମିନିଟ୍ ଓ ୨୬ ମିନିଟରେ ଦୁଇଟି ଫିଲ୍ଡ ଗୋଲ ଦେଇ ଅଗ୍ରଣୀ ରହିବା ପରେ ଦ୍ବିତୀୟାର୍ଧରେ ଟାଙ୍ଗୀ ଆଉ ଏକ ଗୋଲ ଦେଇ ୩-୦ ଗୋଲରେ ବିଜୟୀ ହୋଇ ଫାଇନାଲ ରେ ପ୍ରବେଶ କରିଛି।ଆଜିର ମୁଖ୍ୟ ଅତିଥିଭାବେ ନିରାକାରପୁର ଥାନା ନିରୀକ୍ଷକ ବିଶ୍ବଜିତ ରାଉତରାୟ,ସମ୍ମାନୀତ ଅତିଥିଭାବେ ବିଜେଡି ନେତା ବିଶ୍ବଜିତ ହରିଚନ୍ଦନ, ନିରାକାରପୁର ଜଗନ୍ନାଥ ଟ୍ରଷ୍ଟ ସଂପାଦକ ରାମକୃଷ୍ଣ ପଟ୍ଟନାୟକ,ନିରାକାରପୁର ବରିଷ୍ଠ ନାଗରିକ ସଂପାଦକ ଦିନବଧୁ କର, ଲକ୍ଷ୍ମୀଧର ସାମନ୍ତରାୟ, ବିରଚିଂ ନାରାୟଣ ତ୍ରିପାଠୀ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ।ଭୈରବୀ ଯୁବ ସଂସଦ ର ସଭାପତି ପ୍ରଦୀପ୍ତ କୁମାର ଷଢଙ୍ଗୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମଂଚ ପରିଚାଳନା କରିଥିଲେ ଅବସରପ୍ରାପ୍ତ ଶିକ୍ଷକ କମଳ ଲୋଚନ ପ୍ରଧାନ। ଟାଙ୍ଗୀ ଦଳର ସୁବିନା ଦାସଙ୍କୁ ବେଷ୍ଟ ପ୍ଳେୟାର ଟ୍ରଫି ପ୍ରଦାନ କରାଗଲା। ଖେଳ ପରିଚାଳନା କରିଥିଲେ ଅବିନାଶ ପଟ୍ଟନାୟକ,ସୁକାନ୍ତ ପ୍ରଧାନ, ଏମଡି ରାଜୁ ଓ ମ୍ୟାଚ ରେଫରୀ ହ୍ରୁଦାନନ୍ଦ ମହତରାୟ। ଧନ୍ଯବାଦ ଦେଇଥିଲେ ସଂପାଦକ ନ୍ରୁସିଂହ ଦଳେଇ। ,କୋଷାଧ୍ୟକ୍ଷ ସୋମନାଥ ବିଶ୍ବାଳ ଓ ଅନ୍ୟମାନେ ସକ୍ରୀୟ ସହଯୋଗ କରିଥିଲେ।ଦିବଂଗତ ଆତ୍ମା ସିପିଆଇଏମ ନେତା ଚରଣ ଦଳେଇ ଓ ପୂର୍ବତନ ଖେଳାଳୀ ମଳୟ ରଂଜନ ମହାପାତ୍ରଙ୍କ ଫଟୋଚିତ୍ର ରେ ଅତିଥିଗଣ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆସନ୍ତା ଶନିବାର ଦିନ ଭେଟେରାନ କାଶୀପୁର ଓ ୟଙ୍ଗ କାଶୀପୁର ଓ ପରେ ଭୂବନେଶ୍ୱର ଓ ଜଟଣୀ ମଧ୍ଯରେ ଏକ ମହିଳା ପ୍ରଦର୍ଶନୀ ଖେଳ ହେବାର ଯୁବ ସଂସଦ ପକ୍ଷରୁ ସୂଚନା ମିଳିଛି।

No Result
View All Result