୩୧ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) କଟକ :- କଟକ ସଦରଥାନା ଅନ୍ତର୍ଗତ ସିଏମସି ୫୯ ନମ୍ବର ୱ।ରର ନୂଆପାଟଣା ବେହେରା ସାହିରେ ଥିବା ମା, କୋଚିଲେଇଙ୍କ ପୀଠରେ ବାର୍ଷିକ ବିଶ୍ୱ ଶାନ୍ତି ମହାଯଜ୍ଞ ଶନିବାର ଠାରୁ ଆରମ୍ଭ ହୋଇ ମଙ୍ଗଳବାର ରାତିରେ ଉଦଯାପିତ ହୋଇଛି । ଏହି ଉପଲକ୍ଷେ କଳସ ଶୋଭାଯାତ୍ରା, ମଣ୍ଡଳ ସ୍ଥାପନ, ସୂର୍ଯ୍ୟ ପୂଜା, ଗୋପୂଜା, ଅଗ୍ନି ସ୍ଥାପନ,ଚଣ୍ଡିପାଠ କରାଯାଇ ଯଞ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଗ୍ରାମ କମିଟିର ଉପଦେଷ୍ଟା ଲକ୍ଷ୍ମଣ ବେହେରା, ଫକୀର ଚରଣ ବେହେରା, ଅରକ୍ଷିତ ବେହେରା,
ନିରଞ୍ଜନ ବେହେରା, ମନୋରଞ୍ଜନ ବେହେରା, ବିଭୁତି ବେହେରା, ଘନଶ୍ୟାମ ବେହେରା, ଆଦିକନ୍ଦ ବେହେରା, ଗ୍ରାମ୍ୟ କମିଟିର ସଭାପତି ଭରତ ଚନ୍ଦ୍ର ବେହେରା , ସଂପାଦକ ଦିଲିପ କୁମାର ବେହେରା, କୋଷାଧ୍ୟକ୍ଷ ମଙ୍ଗରାଜ ବେହେରା, ପର୍ଶୁରାମ ବେହେରା, ସୌମ୍ୟ ରଞ୍ଜନ ପତି, ବିଶ୍ୱନାଥ ବେହେରା, ସିପା, ପ୍ରମୁଖ ଗ୍ରାମର ସମସ୍ତ ଯୁବକ ଦୀର୍ଘ ୪ ଦିନଧରି ଯଞ କାର୍ଯ୍ୟ ପରିଚାଳନା କରିଥିଲେ ।
ଉଦଯାପନୀ ଉତ୍ସବ ସନ୍ଧ୍ୟାରେ ପୂର୍ଣ୍ଣାହୁତ ଦିଆଯାଇ ଯଞ କାର୍ଯ୍ୟ ସମାପନ କରାଯାଇଥିଲା । ଏହି ଉତ୍ସବରେ ସ୍ଥାନୀୟ କର୍ପୋରେଟର ମମତା ମହାନ୍ତି, ସ୍ୱାଧୀନଚେତା ମହାନ୍ତି ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଅତିଥି ଭାବେ ଯୋଗ ଦେଇଥିଲେ । ଶେଷରେ ସାସ୍କୃତିକ କାର୍ଯ୍ୟ ଭଜନ ସମାରୋହ ସାଙ୍ଗକୁ ଶ୍ରଦ୍ଧାଳୁ ମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

© 2023 Odisha Taza News.