ବିଷୟ ବସ୍ତୁ ଉପରେ ବାକ୍ୟ ପରିବେଷଣ କରି ଥିଲେ। ତତସହ ଗୀତ ମାଧ୍ୟମରେ ସ୍ତୁତି, ଆରାଧନା କରି ଈଶ୍ବରଙ୍କ ପ୍ରସଙ୍ଗସା କରିଥିଲେ ବିଶ୍ବାସୀ। ଏବଂ ଦେଶର ସର୍ବ ଧର୍ମୀୟ ଭାତ୍ରୁ ଭାବ, ପ୍ରେମ, ଏକତା ଓ ଶାନ୍ତି ବଜାଇ ରଖିବା, ପ୍ରତ୍ୟେକଙ୍କ ସୁସ୍ଥତା ନିମନ୍ତେ ପ୍ରାର୍ଥନା କରିଥିଲେ। ବାର୍ଷିକ ଅଧିବେଶନର ପ୍ରଥମ ଦିନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀର ସମ୍ପାଦକ ପାଳକ ଆଚାର୍ଯ୍ୟ ଯିସାହକ ପାଣି ପତାକା ଉତ୍ତୋଳନ,ସମ୍ମିଳନୀ ଉପଦେଷ୍ଟା ପାଳକ ଆଚାର୍ଯ୍ୟ ଇସ୍ରାଏଲ ବର୍ଦ୍ଧନ ପ୍ରଦୀପ ପ୍ରଜ୍ଜ୍ୱଳନ, କୋଷାଧ୍ୟକ୍ଷ ପାଳକ ଆଚାର୍ଯ୍ୟ ଆମୋଦ କୁମାର ପାଣି ପ୍ରାରମ୍ଭିକ ଉପାସନା ଏବଂ ସଭାପତି ପାଳକ ଆଚାର୍ଯ୍ୟ ଗିଦୀୟନ ମିଶାଲ ଦୁଇ ଦିନିଆ ଅଧିବେଶନକୁ ଉଦଘାଟନ କରି ଥିଲେ। ଅଧିବେଶନରେ ଉତ୍କଳ ବାପଟିଷ୍ଟ ମଣ୍ଡଳୀ ସମ୍ମିଳନୀ କର୍ମକର୍ତ୍ତା ସମେତ ଜିଲ୍ଲା ଓ ଜିଲ୍ଲା ବାହାରୁ ଖ୍ରୀଷ୍ଟୀୟ ସେବକ ସେବିକା
ଏବଂ ହଜାର ହଜାର ସଂଖ୍ୟାରେ ବିଶ୍ବାସୀ ଯୋଗଦାନ କରିଥିଲେ। ଏହି ଅଧିବେଶନକୁ ସ୍ଥାନୀୟ ସଣ୍ଡେସ୍କୁଲ ସମିତିର ସମ୍ପାଦକ ପ୍ରତ୍ୟୁଷ କୁମାର ପାଣି ଅଭ୍ୟର୍ଥନା କରିଥିଲେ। ଉତ୍କଳ ବାପଟିଷ୍ଟ ସଣ୍ଡେସ୍କୁଲ ସମିତି ସମ୍ମିଳନୀର ସଭାପତି ପ୍ରବୀଣ ନାୟକ,ଉପସଭାପତି ଇସ୍ରାଏଲ ପାଣି ପରିଚାଳନା କରିଥିବା ବେଳେ ସମ୍ପାଦକ ସୁନିଲ କୁମାର ଲିମା, ସହ ସମ୍ପାଦକ ଆସ୍ମାନ ମଣ୍ଡଳ ନାୟକ,କୋଷାଧ୍ୟକ୍ଷ ଗୋରେଖ ମାଳି,ସହ କୋଷାଧ୍ୟକ୍ଷ ବିଜୟ କୁମାର ବୀର, ପାଠଟୀକା ସମ୍ପାଦକ ଫିଲିମନ ପାଲ, ପରୀକ୍ଷା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପାଣି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ।

© 2023 Odisha Taza News.