୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ଼ :-> ଆଉ ଅଳ୍ପ କେତେ ମାସ ଗଲେ ୨୦୨୪ ସାଧାରଣ ନିର୍ବାଚନ । ଏବେ ଠାରୁ ନିର୍ବାଚନୀ ଉଷ୍ମତା ବଢିବା ରେ ଲାଗିଛି । ଆଗକୁ ନିର୍ବାଚନୀ ବ୍ୟତରଣି ପାରି ହେବାପାଇଁ ଏବେ ଠାରୁ ବିଭିନ୍ନ ଦଳ ରାଜନୈତିକ ଦଳର ନେତା କର୍ମୀ ଭୋଟ ଙ୍କୁ ଆକୃଷ୍ଟ କରିବା ସହ ପାଟଣାଗଡ ନିର୍ବାଚନ ମଣ୍ଡଳୀ ର ଗାଁ ରୁ ପଞ୍ଚାୟତ ବ୍ଳକ କୁ ସଜାଡିବା କସରତ କରିବାରେ ଲାଗିପଡିଛନ୍ତି ।

ନୂଆଁ ଚେହେରା , ବିରୋଧି ଓ ଅସନ୍ତୋଷ ଗୋଷ୍ଠି ଙ୍କ ତାଟିଆ କାମୁଡ଼ା ନୀତି କୁ ଖାତିରୀ ନ କରି ବିଧାୟକ ସରୋଜ କୁମାର ମେହେର ଙ୍କ ରାଜ୍ୟ ସରକାରଙ୍କ ଜନ ହିତେ କର ଯୋଜନା ,ଜନ ସମ୍ପର୍କ ସହ ବିଭିନ୍ନ ଉନ୍ନୟନ ମୂଳକ କାମ ସହ ସାମୁହିକ ର ଶୁଭାରମ୍ଭ ଭୂମିପୂଜନ ଭଲି କାମ ଦିନକୁ ଦିନ ଜାରି ରଖିଛନ୍ତି ।

ଯାହାକୁ ନେଇ ବିଧାୟକ ଶ୍ରୀ ମେହେର ଙ୍କ କାର୍ଯ୍ୟ ଧାର ଆହୁରି ଲୋକ ପ୍ରିୟତା ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ରେ ପତିଆରା ବଢ଼ିବାରେ ଲାଗିଛି ବୋଲି ରାଜନୈତିକ ମହଲ ରେ ଚର୍ଚ୍ଚା ହେଉଛି । ଅପରପକ୍ଷରେ ବିରୋଧ ଓ ଅସନ୍ତୋଷ ଗୋଷ୍ଠି ତାଟିଆ କାମୁଡ଼ା ନୀତି ବିଧାୟକ ଶ୍ରୀ ମେହେର ଙ୍କ ଲୋକ ପ୍ରିୟତା ଓ ତାଙ୍କ କାର୍ଯ୍ୟଧାରା କୁ ରୋକି ନ ପାରେ ବୋଲି ମତ ପ୍ରକାଶ ପାଉଛି ।
















