୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ପାଟଣାଗଡ :- ଡିନିକିଆ ବଲାଙ୍ଗୀର ଗ୍ରସ୍ତ ରେ ଆସିଫ ପହଁଚିଛନ୍ତି ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ରଘୁବର ଦାସ । ପୂର୍ବାହ୍ନରେ ନୂଆପଡ଼ା ଜିଲାରୁ ଆସି ଝିଲିଆଲିଟି ଅଙ୍ଗନୱାଡି କେନ୍ଦ୍ର ରେ ପହଞ୍ଚି ଶିଶୁମାନଙ୍କ ସହ ସମୟ ବିତେଇଥିଲେ । ଶିଶୁ ମାନେ ଦେଶର ଭବିଷ୍ୟତ । କୁପୋଷଣଠାରୁ ଦୁରେଇ ରଖିବାକୁ ଦରକାର ବୋଲି ଅଭିଭାବକ ମାନଙ୍କୁ କହିଥିଲେ । ଶିଶୁ ମାନଙ୍କୁ ନେଇ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହା ପରେ ଫୁଲକିମୁଣ୍ଡା ପଂଚାୟତ ଉଚ୍ଚ ବିଦ୍ୟାଳୟ ରେ ଛାତ୍ର ଛାତ୍ରୀଙ୍କୁ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ଉଦାହରଣ ତଥା ରାଷ୍ଟ୍ରୀୟ ଶିକ୍ଷାନୀତି ବିଷୟରେ ଉଦ୍ବୋଧନ ଦେଇଥିଲେ । ଇ ଲାଇବ୍ରେରୀ ତଥା ଜ୍ଞାନକୌଶଳବ୍ୟବହାର ଦ୍ୱାରା ପିଲାମାନେ ଜିଜ୍ଞାଶୁ ହଉଛନ୍ତି । ଓଡ଼ିଶାରେ ଥିବା କୁପୋଷଣ କୁ ଦୂର କରିବାକୁ ଛାତ୍ର ଛାତ୍ରୀଙ୍କୁ ଆହ୍ବାନ କରିଥିଲେ ।ଭବିଷ୍ୟତରେ ସମାଜ ସେବା ଦ୍ୱାରା ଲୋକଙ୍କ ସେବା କରିବାକୁ କହିଥିଲେ । ମିସନ ଶକ୍ତି ଏସଏମଇ ପାର୍କ ରେ ଧୂପକାଠି , ସଳିତା , ସୁରା , ପନିପରିବା , ଉଖୁଡା ଓ ଶୁଖା ଭୋଗ୍ ପ୍ୟାକିଂ ୟୁନିଟ୍ ବୁଲିଦେଖିଥିଲେ । ଶାଢୀ ର ପ୍ରଚାରପ୍ରସାର ସହ ଉଚ୍ଚକୋଟିର ଡିଜାଇନ ଦ୍ୱାରା ଲୋକଙ୍କ ପାଖରେ ପହଞ୍ଚେଇବାକୁ ଉପାସ୍ଥିତ ମହିଳା ମାନଙ୍କୁ କହିଥିଲେ । ଏହା ପରେ ଖପ୍ରାଖୋଲର ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ । ବ୍ୟବହାର ଭଲ କଲେ ଜଣେ ରୋଗୀ ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ହେବ ସହ ରୋଗ ର ପ୍ରଭାବ କମିଥାଏ ବୋଲି ଉପସ୍ଥିତ ଡାକ୍ତର ମାନଙ୍କୁ ଜଣେଇଥିଲେ । ମଧ୍ୟାନ ଭୋଜନ ପୂର୍ବରୁ ସେ ହରିଶଙ୍କର ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ । ଏହା ପରେ ଉଳବା ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ଘର ପାଇଥିବା ହିତାଧିକାରୀଙ୍କ ଘର ବୁଲି ଦେଖିଥିଲେ । ପରେ ବିଭିନ୍ନ ଲୋକଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଶେଷରେ ଭଇଁଷା ରେ ଚାଷୀଙ୍କ ସହ ପ୍ରଧାନମନ୍ତ୍ରୀ କିଶାନ ଯୋଜନା , ଫସଲ ବୀମା ଯୋଜନା ଆଦି ବିଷୟରେ କଥା ହେଇଥିଲେ । ଚିନିକାଳ ପୁନଃ ଉଦ୍ଧାର , କପା ର ମିଲିଙ୍ଗ ,ଏମଏସପି ବଢେଇବା ତଥା କୋଲ୍ଡ ସ୍ଟୋରେଜ୍ ପାଇଁ ଦାବି କଥା ନିଶ୍ଚିତ ବୁଝିବେ ବୋଲି କହିଥିଲେ । ଟଙ୍କାର ଏହି ଗସ୍ତ ବେଳେ ରାଜ୍ୟପାଳଙ୍କ ବ୍ୟକ୍ତିଗତ ସଚିବ ହିମାଂଶୁ ପଟ୍ଟନାୟକ , ଲେଫ୍ଟନାଣ୍ଟ କମାଣ୍ଡର ହିମାଂଶୁ ସିଂ, ଜିଲ୍ଲାପାଳ ଶ୍ରୀ ଚଞ୍ଚଳ ରାଣା , ଆରକ୍ଷୀ ଅଧିକ୍ଷକ ଋଷିକେଶ ଖିଲାରୀ ଦ୍ୟଂଦେଓ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲମ୍ବୋଦର ଧରୁଆ , ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ସୁଶାନ୍ତ ସିଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁବେର ଚନ୍ଦ୍ର ମହନ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଲୀଳାବତୀ ନାଗ , ଜିଲ୍ଲା ଶିକ୍ଷାଧିକାରୀ ଧ୍ରୁବ ଚରଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।