୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଖପ୍ରାଖୋଲ :- ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ କନଗାଁ ଠାରେ ହରଡ ମଣ୍ଡି ଉଦଘାଟିତ ହୋଇଯାଇଛି । ଏହି ମଣ୍ଡି ହରଡ ବିହନ ଉତ୍ପାଦକ ଙ୍କ ଠାରୁ ସିଧା ସଳଖ ପ୍ରମାଣିକ ହରଡ ବିହନ କିଣାଯିବ । ଚଳିତ ଖରିଫ ଋତୁରେ ବଲାଙ୍ଗିର ଜିଲ୍ଲା ରେ କୃଷି ଓ କୃଷକ ସଶସ୍ତିକରଣ ବିଭାଗ ଓ ଆଇକାଡା ର ମିଳିତ ଆନୁକୂଲ୍ୟ ରେ ଅଞ୍ଚଳର ୫୬୩ ହେକ୍ଟର ଚାଷ ଜମିରେ ବିହନ ହରଡ ଉତ୍ପାଦନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।ଏହି କ୍ରମ ରେ ଚଲିତ ବର୍ଷ ରେ ୨୦୦ କ୍ୟୂଟାଲ ହରଡ ପ୍ରମାଣିକ ବିହନ କିଣିବା ପାଇଁ ଲକ୍ଷ ଧାର୍ଯ୍ୟ କରାଯାଇଛି । କଳାହାଣ୍ଡି ଫାର୍ମର ପ୍ରଡ୍ୟୂସର କମ୍ପାନୀ ମାଧ୍ୟମରେ ୧୫ ଶହ କ୍ୟୂଟାଲ ର ପ୍ରାଣମିକ ବିହନ ଓଡ଼ିଶା ରାଜ୍ୟ ବିହନ ଯୋଗାଇଛି । ହରଡ ଏକ ମରୁଡି ସହଣି ଫସଲ ଅଟେ । କ୍ରମାଗତ ଭାବରେ ସରକାର ପ୍ରମାଣିକ ବିହନ ମୁଲ୍ୟ ବୃଦ୍ଧି କରି ଚାଲିଛନ୍ତି ।ଏହାର ସୁଯୋଗ ନେବାକୁ ପ୍ରଡ୍ୟୁସର କମ୍ପାନୀ ର କାର୍ଯ୍ୟନିର୍ବହୀ ପ୍ରଦୀପ ମିଶ୍ର ଅଗ୍ରଣୀ ଚାଷୀ ମାନଙ୍କୁ ସୂଚନା ଦେଇଛନ୍ତି