୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ଚିଲିକା :- ଖୋର୍ଦ୍ଧା ଜିଲ୍ଲା ସର୍ବୋଦୟ ମଣ୍ଡଳ ପକ୍ଷରୁ ବାଣପୁର ଦେଉଳ ସାହି ସ୍ଥିତ ଏକତା ଵିଦ୍ୟାନିକେତନ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୭୫ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି।ଉକ୍ତ ବିଦ୍ୟାଳୟର ସମ୍ପାଦିକା ସୁନିତା ମୁନି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ସର୍ବୋଦୟ କର୍ମୀ ତଥା ପ୍ରାକ୍ତନ ଭାଲେରୀ ହାଇସ୍କୁଲ,ଚାଷଙ୍ଗରା ର ପ୍ରଧାନ ଶିକ୍ଷକ ତ୍ରିନାଥ ସାହୁ ଯୋଗଦେଇ ମହାତ୍ମାଗାନ୍ଧୀ ଙ୍କ ର ଅପୂର୍ବ ଦେଶଭକ୍ତି, ଅଦମନୀୟ ନେତ୍ରୃତ୍ଵ ଓ
ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ମନୋଜ କୁମାର ମହାପାତ୍ର, ସୁନିତା ମୁନି, ଶିକ୍ଷୟିତ୍ରୀ କବିତା ପାଇକରାୟ, ଜ୍ୟୋସ୍ନା ରାଣୀ ପ୍ରଧାନ, ବିଷ୍ଣୁପ୍ରିୟା ଦାଶ ,ସ୍ବରୂପା ପଣ୍ଡା ପ୍ରମୁଖ ଅଭିଭାଷଣ ରଖିଥିଲେ। ଅନୁରୂପ ଭାବେ ଵିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସେମାନଙ୍କ ସମ୍ପୂର୍ଣ ପରିଚାଳନା ରେ ଗାନ୍ଧୀ ଙ୍କ ଶ୍ରାଦ୍ଧବାର୍ଷିକୀ ଅନୁଷ୍ଠିତ ହୋଇଥିଲା। ଛାତ୍ରୀ ଯସ୍ମିନ୍ ପରିଡା ଏହାର ନେତ୍ରୃତ୍ଵ ନେଇଥିଲେ। ବହୁ ସଂଖ୍ୟକ ଛାତ୍ର ଛାତ୍ରୀ ସେମାନଙ୍କ ର ବକ୍ତବ୍ୟ ରଖିଥିଲେ।

© 2023 Odisha Taza News.