୩୦ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନୟାଗଡ :- ସ୍ଵଳ୍ପମୂଲ୍ୟରେ, ସ୍ଥାୟୀ ବାସଗୃହ ନିର୍ମାଣ କିପରି ସହରାଞ୍ଚଳ ଅଞ୍ଚଳରେ ହେବ ଓ ପ୍ରଧାନମନ୍ତ୍ରୀ ଆବାସ୍ ଯୋଜନା ଘର ଗୁଡିକ୍ ବାତ୍ୟା, ଝଡ ଓ ବନ୍ୟା ସମୟରେ ସୁରକ୍ଷିତ ରହି ପାରିବ ସେ ନେଇ ନୂତନ ଜ୍ଞାନକୌଶଳ ସମ୍ପର୍କରେ ତାଲିମ୍ ଦିଆଯାଇ ଥିଲା|ସମସ୍ତ୍ କାଉନ୍ସିଲର ଓ କିଛି କର୍ମଚାରୀ ତାଲିମ୍ ପାଇଥିଲେ|ମୁନିସିପାଲିଟିର ଅଧକ୍ଷା ଶ୍ରୀମତୀ ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା ଏବଂ ଇଓ ସୁଶ୍ରୀ ସ୍ଵାତି ମିଶ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇ କର୍ମଶାଳା କଉଦଘାଟନ କରିଥିଲେ|
ପୁରୀର ଜାଗେଶ୍ବରୀ ଯୁବକ ସଂଘ ଓ କ୍ୟାଥୋଲିକ ରିଲିଫ ସର୍ଭିସ, ଭୁବନେଶ୍ୱରର ମିଳିତ ସହଯୋଗରେ ଆଜି ନୟାଗଡ଼ ମୁନିସିପାଲିଟିର ସିଦ୍ଧେଶ୍ବରୀ କଲ୍ଯାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା |ଏଥିରେ ରାଜ୍ଯ ସଂଯୋଜକ ରଞ୍ଜନ କୁମାର ମହାନ୍ତି, ପୁରୀ ଜିଲ୍ଲା ସଂଯୋଜକ ସୋନାଲିମୟୀ ସାହୁ,ସହକାରୀ ସଂଯୋଜକ ଚିନ୍ମୟ ବାରିକ ତାଲିମ୍ ଦେଇଥିଲେ | ଘର ନିର୍ମାଣ ବେଳେ ଆମକୁ ଅଧିକ୍ ସତର୍କ ହେବାକୁ ପଡିବ | ୧୯୭୧ ରୁ ୧୯୯୯ ମସିହା ମଧ୍ୟରେ ଥରେ ମାତ୍ର ବାତ୍ୟା ହୋଇଥିବା ବେଳେ ୨000 ମସିହାରୁ ୨୦୨୩ ମସିହା ପର୍ୟ୍ୟନ୍ତ
ପ୍ରତିବର୍ଷ ୩ ଥର ବାତ୍ୟା ହେଇଛି, ଆଗାମୀ ଦିନରେ ବର୍ଷ କୁ ୭ଥରରୁ ୧୦ ଥର ଯାଏଁ ବାତ୍ୟା ହୋଇପାରେ|ସମୁଦ୍ର ପତନର ଉତାପ ୩୦ ବର୍ଷ ତଳେ ୬ଡିଗ୍ରୀ ଥିବାବେଳେ ଏବେ ୧୯ ଡିଗ୍ରୀ ହୋଇଛି|ଆଗାମୀ ଦିନରେ ୨୪ଡିଗ୍ରୀକୁ ବୃଦ୍ଧି ପାଇବ ବୋଲି ଆକଳନ କରା ଯାଇଥିବା ପ୍ରଶିକ୍ଷକ ମାନେ ମତ ଦେଇଥିଲେ|ପ୍ରାକୃତିକ ବିପର୍ୟ୍ୟୟ ବେଳେ ଘର କିପରି ସୁରକ୍ଷିତ ରହିବ ସେ ନେଇ ବ୍ୟାପକ ଭାବେ ତାଲିମ୍ ଦିଆ ଯାଇଥିଲା|

© 2023 Odisha Taza News.