୨୯ ଜାନୁଆରୀ ୨୦୨୪ (ଓଡିଶା ତାଜା ନ୍ୟୁଜ) ନିଆଳି :- ରାଜଧାନୀ ଭୁବନେଶ୍ଵର ଅଶୋକ ନଗର ସ୍ଥିତ ହୋଟେଲ ସିଟି ରେସିଡେନ୍ସ ଠାରେ ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ଆସନ୍ତା ଜୁନ ମାସରେ ହେବାକୁ ଥିବା ରାଷ୍ଟ୍ରୀୟ କୋଣାର୍କ କଳା ମହୋତ୍ସବ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ମହାସଂଘର ଅଧକ୍ଷ ବିଜୟ କୁମାର ମିଶ୍ରଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ କୋଣାର୍କ ମହୋତ୍ସବ ଲାଗି ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ସ୍ଥିର କରାଯାଇଥିବା ବିଷୟ ଉପରେ ଆଲୋଚନା କରାଯାଇଥିଲା ।ଏହି ଉତ୍ସବରେ ରାଜ୍ୟର ପଶ୍ଚିମ। ଅଞ୍ଚଳ,, ଦକ୍ଷିଣା ଅଞ୍ଚଳ ,ଉତ୍ତରା ଅଞ୍ଚଳ ସମେତ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ କଳାକାରଙ୍କ ଦ୍ଵାରା ଲୋକ ସଂଗୀତ , ଲୋକ କଳା ପ୍ରଦର୍ଶନ ସହ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯକ୍ରମ ରହିଛି ।ଆୟୋଜିତ ବୈଠକରେ ରାଜ୍ୟ କର୍ମକର୍ତ୍ତା ଭାବେ ମହାସଂଘର ଅଧକ୍ଷ ବିଜୟ କୁମାର ମିଶ୍ର, ଉପାଧ୍ୟକ୍ଷ ପ୍ରସନ୍ନ ପାତ୍ର, ସମ୍ପାଦକ ବିନୋଦ କୁମାର ଭୋଇ ରହିଥିବା ବେଳେ, ର।ଜ୍ୟସଭାପତି ପ୍ରମୋଦ କୁମାର ଓଝା, କାର୍ଯ୍ୟକାରୀ ସଭାପତି ନନ୍ଦ କିଶୋର ସାହୁ,ଉପସଭାପତି ଅମିଲ ପୁଟେଲ, ଉନ୍ନୟନ ସମ୍ପାଦକ ବିଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ବସୁଦେବ ପ୍ରଧାନ , ଦକ୍ଷିଣାଞ୍ଚଳର ସଭାପତି ପ୍ରମୋଦ କୁମାର ଦାଶ,ଓ ସମ୍ପାଦକ ବାଳକୃଷ୍ଣ ଷଡଙ୍ଗୀ, ରାଜ୍ୟ ସଂଯୋଜକ ରତ୍ନାକର ସାହୁ, କୋଷାଧ୍ୟକ୍ଷ ରତ୍ନାକର ଭଟ୍ଟ, ସାଂସ୍କୃତିକ ସମ୍ପାଦକ ଯୋସ୍ନା ନାୟକ , ପଶ୍ଚିମା ଅଂଚଳ ସମ୍ପାଦକ ମିନକେତନ ପଧାନ, ସଙ୍ଗଠନ ମୁଖ୍ୟ ସଂଯୋଜକ ଚନ୍ଦ୍ର ଶେଖର ସାମଲ ,ପଶ୍ଚିମ। ଅଞ୍ଚଳ ନିର୍ଦ୍ଦେଶକ ସୋମନାଥ ବାରିକ, ଓ ପଶ୍ଚିମାଞଚଳ ସଂଯୋଜକ ରସରାଜ ବୁଡେକ୍ ପ୍ରମୁଖ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ସେହିପରି ଜିଲ୍ଲା କର୍ମକର୍ତ୍ତା ଭାବେ ବଲାଙ୍ଗୀର ଜିଲ୍ଲା ସଭାପତି ଗୋଲାପ ଜେନା, ନବରଙ୍ଗପୁର ଜିଲ୍ଲା ସଭାପତି ଲକ୍ଷ୍ମୀକାନ୍ତ ବାହିନୀପତି, ମାଲକାନଗିରି ଜିଲ୍ଲା ସଭାପତି ଧନୁର୍ଜୟ ହନ୍ତାଳ ,ସମ୍ବଲପୁର ଜିଲ୍ଲା ସଭାପତି ପ୍ରମୋଦ କୁମାର ଦାଶ, ମୟୁରଭଂଜ ଜିଲ୍ଲା ସଭାପତି ସନ୍ତୋଷ କୁମାର ମହାନ୍ତ, ରାୟଗଡ଼ା ଜିଲ୍ଲା ସଭାପତି ବିଶ୍ଵନାଥ ପଣ୍ଡା, ଗଞ୍ଜାମ ଜିଲ୍ଲା ସଭାପତି ଦେବହରି ମହାନ୍ତି , ଦେବଗଡ଼ ଜିଲ୍ଲା ସଭାପତି ବିଷ୍ଣୁ ଚରଣ ବାରିକ , ସୁନ୍ଦରଗଡ ଜିଲ୍ଲା ସଭାପତି ସୁରେନ୍ଦ୍ର କୁମାର ମିଞ୍ଜି, ପୁରୀ ଜିଲ୍ଲା ସଭାପତି ମୀରା ମହାନ୍ତି ଓ ସମ୍ପାଦକ ସୋର୍ଣଲତା ଦଳାଇ, କଟକ ଜିଲ୍ଲା ସଭାପତି ମାଗୁଣି ଚରଣ ରାଉତ ପ୍ରମୁଖ ନିର୍ବାଚିତ ହୋଇଛନ୍ତି । ବନ୍ଦେ ଉତ୍କଳ ମହାସଂଘ ପକ୍ଷରୁ ରାଜ୍ୟର ବିଭିନ୍ନ କୋଣେ ଅନୁକୋଣେ ରହିଥିବା ବିଭିନ୍ନ କଳାକାରମାନଙ୍କୁ ଲୋକ ଲୋଚନକୁ ଆଣିବା ପାଇଁ ଏହା ଏକ ପ୍ରୟାସ ଅଟେ। ଏଣୁ ସଙ୍ଗଠନର ସମସ୍ତ କର୍ମକର୍ତ୍ତା ଏଥି ପାଇଁ ସହଯୋଗ, ଓ ସହାୟତା କରିବାକୁ ମହାସଂଘ ପକ୍ଷରୁ ନିବେଦନ କରାଯାଇଛି ।