ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ହିଞ୍ଜିଳିକାଟୁ :- କରୋନା ମହାମାରୀ ସମୟରେ ସମ୍ପୁର୍ଣ୍ଣ ମାନବ ସମାଜ ପ୍ରଭାବିତ ହୋଇ ଜୀବନ ଜୀବିକା ହରାଇ ବସିଛନ୍ତି । ଯାହା ଆର୍ଥୀକ ଓ ମାନସକି ସ୍ତରରେ ବେଶ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି । ତେବେ ସମାଜକୁ ସଚେତନ କରିବା ଓ ସମାଜର ବାସ୍ତବ ସମସ୍ୟାକୁ କ୍ଷୁଦ୍ର ଚଳଚ୍ଚିତ୍ର ।ମଧ୍ୟମରେ ଲୋକଲୋଚନକୁ ଆଣିବା ପାଇଁ ଶୁଭମପୁର୍ଭ ତତ୍ୱାଧାନରେ ଗୁଜୁରାଟର ସୁରତ ଠାରେ ଆନ୍ତର୍ଜାତୀୟ ଚ୍ୟାଲେଞ୍ଜ ଫିଲ୍ମ ଫେଷ୍ଟିଭାଲ-୨୦୨୦ ଅନୁଷ୍ଠିତ ହୋଇଥିଲା । ଉକ୍ତ ଫେଷ୍ଟଭାଲରେ ବିଶ୍ୱର ୨୦ରୁ ଉର୍ଦ୍ଧ୍ୱ ଦେଶ ଅଂଶ ଗ୍ରହଣ କରିଥିଲେ ।୧୩୫ଟି ଚଳଚ୍ଚିତ୍ର ମଧ୍ୟରୁ ୫୦ଟି ଚଳଚ୍ଚିତ୍ରକୁ ଅଫିସିଆଲ ମନୋନୀତ କରାଯାଇଥିଲା ।ଯାହା ଅଷ୍ଟ୍ରେଳିଆ, ଆମେରିକା ଭଳି ଦେଶକୁ ପଛରେ ପକାଇ ଓଡ଼ିଶା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର ମଧ୍ୟରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର’ଅଭିଳାଷ’ ଷଷ୍ଠ ସ୍ଥାନ ଅଧିକାର କରିବା ସହ ପୁରସ୍କୃତ ଲାଭ କରିଛି ।
ହିଞ୍ଜିଳିକାଟୁ ପୌରାଂଚଳ ନୃତ୍ୟମ ଅନୁଷ୍ଠାନର ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାହୁଙ୍କ ଦ୍ୱାରା ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ରରେ କୁନି କାଳାକାର ଟି.ଶିବାଜୀ ଦାସଙ୍କ ନିଖୁଣ ଅଭିନୟ ଦ୍ୱାରା ପୁରସ୍କୃତ ପାଇବାର ହକଦାର ବୋଲି ନିର୍ଦ୍ଦେଶକ ସାହୁ କହିଛନ୍ତି । ପ୍ରକାଶ ଥାଉକି, ପୂର୍ବରୁ ଜାତୀୟ ସ୍ତରରେ ବେଙ୍ଗଳ ପିଲ୍ମ ଫେଷ୍ଟିଭାଲ ଦ୍ୱାରା ସଂପୃକ୍ତ ଚଳଚ୍ଚିତ୍ରଟି ପ୍ରଥମ ସ୍ଥାନ ଅଧିକାର କରିଥିଲା । ଏଥି ସହ ସଂପୃକ୍ତ ଚଳଚ୍ଚିତ୍ରଟି ସିଆଇଏଫଏଫ, ଇଣ୍ଡିୟାନ ଗ୍ଲୋବାଲ, କୋଲକାତା ଇଂଟେର ନ୍ୟାସନାଲ, ନାୱାର୍ଡ଼ ଫିଲ୍ମ ଫେଷ୍ଟିଭାଲରେମନୋନୀତ ହୋଇସାରିଛି । ପ୍ରତମ ଥର ସକାଶେ ହିଞ୍ଜିଳିକାଟୁ ପୌରାଂଚଳରେ ନିର୍ମିତ କ୍ଷୁଦ୍ର ଚଳଚ୍ଚିତ୍ର ଆନ୍ତର୍ଜାତୀୟ ସ୍ତରରେ ମନୋନୀତ ହୋଇଥିବାରୁ ଅଂଚଳବାସୀ ଗର୍ବ ଅନୁଭବ କରିବା ସହ ଶୁଭେଛା ଜ୍ଞାପନ କରିଛନ୍ତି । ଚଳଚ୍ଚିତ୍ର ସହକାରୀ ନିର୍ଦ୍ଦେଶକ ରଞ୍ଜନ କୁମାର ସାହୁ, କ୍ୟାମେରାମ୍ୟାନ ଟି.ଶ୍ରୀନିବାସ ଦାସ, ଗୋପାଳ ମହାନ୍ତି, ଚଳଚ୍ଚିତ୍ର କଥାକାର ସୁମନ ଦାସ, ରବି ସାହୁ, ପ୍ରଭାତ ମହାରଣା, ସେମାନାଥ ବେହେରା, ଚିମନ ସାହୁ, କଶବ ମହାରଣା ପ୍ରମୁଖ ଚଳଚ୍ଚିତ୍ର ନିର୍ମାଣ କାର୍ଯ୍ୟରେ ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । (ରିପୋର୍ଟ- ଶେଷଦେବ ସାହୁ)















