ଓଡିଶା ତାଜା ନ୍ୟୁଜ୍ (୨୩ ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲାର ଜଣେ ଲୋକପ୍ରିୟ କବି ଓ ସୁ-ସାହିତ୍ୟିକ ବିଚିତ୍ରା ନନ୍ଦ ବେବର୍ତ୍ତା ଗଜପତି ଜିଲ୍ଲା ତରଫରୁ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି । ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଭୁବନେଶ୍ୱରଙ୍କ ନିର୍ଦ୍ଦେଶ କ୍ରମେ ବିଚିତ୍ରା ନନ୍ଦ ବେବର୍ତ୍ତାଙ୍କୁ ଗଜପତି ଜିଲ୍ଲାରୁ ଓଡିଶା ସାହିତ୍ୟ ଏକାଡେମୀ ସାଧାରଣ ପରିଷଦର ସଦସ୍ୟ ଭାବେ ଚୟନ କରାଯାଇଛି । ସେ ୨୪.୭.୨୦୨୦ ଠାରୁ ୨୩.୭.୨୦୨୩ ତିନିବର୍ଷ ପର୍ଯ୍ୟନ୍ତ ସାଧାରଣ ପରିଷଦର ସଦସ୍ୟ ଭାବେ କାର୍ଯ୍ୟ ତୁଲାଇବେ । ମହାମହିମ ରଜ୍ୟପାଳଙ୍କ ଆଦେଶକ୍ରମେ ପ୍ରମୁଖ ଶାସନ ସଚିବ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଏହା ଅବଗତ କରିଛନ୍ତି ।
ଏହି ଅବସରରେ ବିଶିଷ୍ଟ ସମାଜସେବି ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ଗୁରୁଗୌରବ ଗୌର ଚନ୍ଦ୍ର ପଣ୍ଡା, କବି ମୁରଲୀଧର ପରିଚ୍ଛା,ରାଜକିଶୋର ଦାସ,କୁଳମଣି ଓଝା,ଭାଗବତ ପାଢୀ,ପୁର୍ଣ୍ଣ ଚନ୍ଦ୍ର ରଥ,ଡ.ଭାରତୀ ପାଣିଗ୍ରାହୀ,ବିନୋଦ ଚନ୍ଦ୍ର ଜେନା,ଡ.ଭୁବନେଶ୍ୱର ପଟ୍ଟନାୟକ ବରିଷ୍ଠ ସାମ୍ୱାଦିକ ଗରୁଡ଼ ଧ୍ଵଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ରଶ୍ମୀ ରଞ୍ଜନ ମିଶ୍ର, ଗଣେଶ ରାଜୁ, ଶିଶିର ଗୌଡ, କୃଷ୍ଣ ବେହେରା, ସୁଜିତ ବିଷୋୟୀ, ସୁଜିତ ପ୍ରଧାନ, ଶୋରଜ ବୀର, ପ୍ରଭାତ କୁମାର ପାତ୍ର, ପ୍ରଶାନ୍ତ ପାତ୍ର ଓ ବୀର କିଶୋର ପଟନାୟକପ୍ରମୁଖ ଶ୍ରୀ ବେବର୍ତ୍ତାଙ୍କୁ ଶୁଭେତ୍ସା ଜଣାଇଛନ୍ତି । ସାହିତ୍ୟ ଏକାଡେମୀ ସଦସ୍ୟ ଭାବେ ଚୟନ କରାଯାଇଥିବା ଯୋଗୁଁ ଶ୍ରୀ ବେବର୍ତ୍ତା ମହାମହିମ ରଜ୍ୟପାଳ,ଓଡିଶା ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖଙ୍କୁ ସାଧୁବାଦ ଜଣାଇବା ସହ ଗଜପତି ଜିଲ୍ଲାରେସାହିତ୍ୟ ଓ ସଂସ୍କୃତିକୁ ଉଜୀବିତ କରିବା ପାଇଁ ନିଶ୍ଚିତ ଭାବେକାର୍ଯ୍ୟ କରିବେ ବୋଲି କହିଛନ୍ତି । (ରିପୋର୍ଟ-ଗରୁଡ଼ ଧ୍ଵଜ ଚୌଧୁରୀ)