୨୫ ଜାନୁଆରୀ ୨୦୨୪( ଓଡିଶା ତାଜା ନ୍ୟୁଜ) ଚିଲିକା :- ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଟ୍ରାକ୍ଟର ଡିଲର ବାଲାଜୀ ମୋଟର୍ସ, ଖୋର୍ଦ୍ଧା ତରଫରୁ ଗ୍ରାହକ ସମ୍ମିଳନୀ ଏବଂ ଫ୍ରୀ ସର୍ତ୍ତିସିଙ୍ଗ କ୍ୟାମ୍ପ ବାଣପୁର ନିକଟସ୍ଥ ମେଘାମ୍ବରୀ ମନ୍ଦିର ନିକଟରେ ବୁଧବାର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ କମ୍ପାନୀର ଡି.ଜି.ଏମ ସନ୍ତୋଷ ମିତ୍ର,ଏରିଆ ମ୍ୟାନେଜର ଶ୍ରୀ ଯୋଗେଶ କୁମାର, କଷ୍ଟମର କେୟାର ମ୍ୟାନେଜର,ଇମ୍ଲିମେଣ୍ଟ ଷ୍ଟେଟ ମ୍ୟାନେଜର ସୁନିଲ୍ ସାର୍ , ଉପସ୍ଥିତ ରହିବା ସହ ବାଲାଜୀ ମୋଟର୍ସ ଏମ୍.ଡି. ଶ୍ରୀ ସୁଧାଂଶୁ ଶେଖର ସାହୁଙ୍କ ତତ୍ବାବଧାନରେ ବିଭିନ୍ନ ରକ୍ଷଣାବେକ୍ଷଣ ଶୈଳୀ ଉପରେ ଆଲୋକପାତ କରାଯାଇଥିଲା।
ମ୍ୟାନେଜର ଶ୍ରୀ ନିମାଇ ଚରଣ ଖାଡଙ୍ଗା, ଦିଲଦାର ମହମ୍ମଦ, ଶ୍ରୀ ବିନୋଦ କୁମାର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ଅନ୍ୟାନ୍ୟ ସହକର୍ମୀଙ୍କ ସହାୟତାରେ ମେଳାଟିର ସୁଲଭ ଏବଂ ସହଜରେ ସମାପ୍ତି କରାଯାଇଥିଲା।ଏହି ମେଳାରେ ୪ ଜଣ ଗ୍ରାହକଙ୍କୁ ନୂତନ ଟ୍ରାକ୍ଟର ପ୍ରଦାନ ସହ ସମ୍ମାନୀତ କରାଯାଇଥିଲା। ଏମ୍.ଡି. ଶ୍ରୀ ସାହୁ ଗ୍ରାହକ ମାନଙ୍କୁ ଭବିଷ୍ୟତରେ ଉନ୍ନତ ମାନର ସେବା ପ୍ରଦାନ କରିବା ନିମିତ୍ତ ପ୍ରତିଶ୍ରୁତି ଦେଇଥିଲେ ।

© 2023 Odisha Taza News.