ଓଡିଶା ତାଜା ନ୍ୟୁଜ୍ / ରିପୋର୍ଟ ଅଭିମନ୍ୟୁ ମହାରଣା (୨୩ ଜୁଲାଇ ଗୁରୁବାର) ରଣପୁର :- ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ରେ ବିଜେପି ର ଜୋନ୍ ୱାଇଜ୍ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର ବୈଠକ । ରଣପୁର ନିର୍ବାଚନ ମଣ୍ଡଳୀ ରେ ଛଅଟି ଜୋନ୍ ଶରଣକୂଳ , ଗୋଡିପଡା , ସୁନାଖାଳା , ରଣପୁର , ଗୋପାଳପୁର ଓ ଚାନ୍ଦପୁର ଏହି ୬ଟି ଜୋନ୍ ରେ ବିଜେପି ର ସାଙ୍ଗଠନିକ କାର୍ଯ୍ୟକ୍ରମ କୁ ଜୋରଦାର କରିବା ପାଈଁ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ ଏବେ ଅଣ୍ଟା ଭିଡିଛନ୍ତି । ଏବେ ଦେଖିବାକୁ ମିଳୁଛି ଦୁଇଟି ଜୋନ୍ ରେ ଗୁରୁତ୍ୱପୂର୍ଣ୍ଣ ରୁଦ୍ଧଦ୍ୱାର୍ ବୈଠକ ସରିଗଲାଣି ।
ଶରଣକୂଳ , ଗୋଡିପଡା ଜୋନ୍ ରେ ଶେଷ ହୋଇଯାଇଛି ଏହି ରୁଦ୍ଧ ଦ୍ୱାର ବୈଠକ । ଶରଣକୂଳ ଜୋନ୍ ର ଦାୟିତ୍ୱ ନେଇଥିଲେ ଜିଲ୍ଲା ପରିଷଦ ସନ୍ୟାସୀ ପ୍ରଧାନ । ତାଙ୍କ ନେତୃତ୍ୱ ରେ ମାଗୁଣି ପ୍ରଧାନ , କୈଳାସ ବରାଳ , ମୃତ୍ୟୁଞ୍ଜୟ କର ସେହିଭଳି ଗୋଡିପଡା ଜୋନ୍ ର ଦାୟିତ୍ୱ ନେଇଥିଲେ ଜିଲ୍ଲା ପରିଷଦ ଭାଗବତ ସେଠୀ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ରେ କୁଳମଣି ମାଝି , ରମେଶ ସିଂ ଯୋଗ ଦେଇଥିଲେ । ବିଜେପି ର ଏହି ବୈଠକ ରେ ଆଗଧାଡ଼ୀ ର ନେତା ମାନଙ୍କୁ , ବିଜେପି ର ମୁଖ୍ୟ ସାଙ୍ଗଠନିକ ବ୍ୟକ୍ତି ମାନଙ୍କୁ ଡକା ଯାଇଥିଲା ।
ଆଗକୁ ପଞ୍ଚାୟତ ଇଲେକ୍ସନ୍ କିଭଳି ଭାବେ ସ୍ରୁଦୁଢ଼ କରିବା ପାଇଁ ଆଲୋଚନା ଚକ୍ର ରେ ମୁଦା ରହିଥିଲା । ପ୍ରତ୍ୟେକ ପଞ୍ଚାୟତ ର ୱାର୍ଡମେମ୍ଵର୍ , ସରପଞ୍ଚ, ଜିଲ୍ଲା ପରିଷଦ କିଭଳି ଭାବରେ ଜିତିବେ ତାହା ଉପରେ ବିଶେଷ ଆଲୋଚନା ହୋଇଥିଲା । ଆଗକୁ ଚାନ୍ଦପୁର , ଗୋପାଳପୁର ଜୋନ୍ କୁ ରଖିଛନ୍ତି ଆଖି ଆଗରେ । ଦେଖାଯାଉ ସୁରମା କେବେ କରୁଛନ୍ତି ରୁଦ୍ଧ ଦ୍ୱାର ବୈଠକ ।