୨୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବରଗଡ :-> ଭାରତ ବର୍ଷ ର ସମ୍ବୃଦ୍ଧତା ରେ ଚାର୍ଟେଡ ଆକାଉଣ୍ଟାଣ୍ଟ ମାନଙ୍କ ପ୍ରମୁଖ ଭୂମିକା ରହିଛି ବୋଲି ଭାରତୀୟ ଚାର୍ଟେଡ ଆକାଉଣ୍ଟାଣ୍ଟ ଇନ୍ଷ୍ଟିଚ୍ୟୁଟ (ଆଇସିଏଆଇ) ର ରାଷ୍ଟ୍ରୀୟ ଉପ ସଭାପତି ସି.ଏ. ରଞ୍ଜିତ ଅଗ୍ରୱାଲ କହିଛନ୍ତି । ସ୍ଥାନୀୟ ହୋଟେଲ୍ ଟୁଲି ର ସମ୍ମିଳନୀ କକ୍ଷ ରେ ଚାର୍ଟେଡ ଆକାଉଣ୍ଟାଣ୍ଟ ମହାସଂଘ ର ପୁର୍ବ ଭାରତ ଆଞ୍ଚଳିକ କାଉନସିଲ ପକ୍ଷରୁ ଆୟୋଜିତ ସମ୍ବର୍ଧନା ର ଉତ୍ତର ରେ ସେ କହିଥିଲେ ଯେ ଆମେ ନିଜକୁ କେବଳ ଜଣେ ଚାର୍ଟେଡ ଆକାଉଣ୍ଟାଣ୍ଟ ଅଟୁ, ଆଉ ଆମର କ୍ଲାଏଣ୍ଟ କୁ ଉଚିତ୍ ସୁବିଧା ଯୋଗାଇ ଦେଲେ ଆମ ର କାମ ସରିଲା ନୁହଁ ।
ଆମର ଦେଶ ଗଠନ ରେ ପ୍ରଭାବଶାଳୀ ଭୂମିକା ରହିଛି। ଆମ ଦେଶ କୁ ଏକ ବିକଶିତ ରାଷ୍ଟ୍ର ଭାବରେ ଗଢି ତୋଳିବା ରେ ଆମର ପ୍ରମୁଖ ଭୂମିକା ରହିଛି। ସେ ଉପସ୍ଥିତ ସମସ୍ତଙ୍କୁ ସୂଚନା ଦେଇ କହିଥିଲେ ଯେ ଚାର୍ଟେଡ ଆକାଉଣ୍ଟାଣ୍ଟ ମାନଙ୍କୁ ଅଧିକ କ୍ରିୟାଶୀଳ କରି ଗଢି ତୋଳିବା ପାଇଁ ଦେଶରେ ସେଣ୍ଟର୍ ଅଫ୍ ଏକ୍ସସେଲେନ୍ସ ସ୍ଥାପନ କରାଯିବାକୁ ସ୍ଥିର ହୋଇଛି , ବର୍ତ୍ତମାନ ତିନୋଟି କାର୍ଯ୍ୟକ୍ଷମ ହୋଇସାରିଛି। ସେହିପରି ଦେଶର ଛୋଟ ବଡ ସହର ରେ ୭୫ ଟି ଲାଇବ୍ରେରୀ ଖୋଲାଯିବା ପାଇଁ ନିଷ୍ପତ୍ତି ହୋଇଛି। ଯେଉଁଠି କି କୌଣସି ଚାର୍ଟେଡ ଆକାଉଣ୍ଟାଣ୍ଟ ପାଠ ପଢିବା ପାଇଁ ଆଗ୍ରହୀ ଛାତ୍ର ପାଠ ପଢି ପାରିବ ।
ପୂର୍ବ ଭାରତ ଆଞ୍ଚଳିକ କାଉନସିଲ ର ଚେୟାରମେନ ସି. ଏ. ଦେବୟାନ ପାତ୍ର ଙ୍କ ସଭାପତିତ୍ବ ଓ ଭାଇସ ଚେୟାରମେନ ସି.ଏ. ସଞ୍ଜୀବ ସଂଘି ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ଵାଗତ ସମାରୋହ ରେ ଅନ୍ୟ ମାନଙ୍କ ମଧ୍ୟରେ ସି.ଏ. ରବି କୁମାର ପଟୱା , ସମ୍ପାଦକ ସି.ଏ. ବିଷ୍ଣୁ କୁମାର ତୁଲସ୍ୟାନ, କୋଷାଧ୍ୟକ୍ଷ ସି.ଏ. ମୟୂର ଅଗ୍ରୱାଲ, ସି.ଏ. ପ୍ରଣବ ଲାଠ, ସି.ଏ. ରାଜେନ୍ଦ୍ର ଅଗ୍ରୱାଲ, ସି.ଏ. ନବୀନ ତିୱାରୀ, ସି.ଏ. ପଙ୍କଜ ପୋପତାନି, ସି.ଏ. ଅଙ୍କିତ ଅଗ୍ରୱାଲ, ସି.ଏ. ଶିବ ପ୍ରସାଦ ସାହୁ ମଞ୍ଚାସୀନ ଥିଲେ । ସି.ଏ. ନବୀନ ଲାଠ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରେ ମୁଖ୍ୟ ଅତିଥି ସି.ଏ. ରଞ୍ଜିତ ଅଗ୍ରୱାଲ ୱାର୍ଡ ନ ୧ ଆଳୁ ଗୋଦାମ ପାଖରେ ଏକ ନୂତନ ଲାଇବ୍ରେରୀ ର ଲୋକାର୍ପଣ କରିଥିଲେ ।