୨୧ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :- ପବିତ୍ର ଧର୍ମ, ସଂସ୍କୃତି ଓ ପର୍ଯ୍ୟଟନ କ୍ଷେତ୍ର ଓଳାଶୁଣୀ ଗୁମ୍ଫାଠାରେ ଓଡିଶା ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଜାନୁଆରୀ ୧୯ ତାରିଖଠାରୁ ଏକ ଆଧ୍ୟାତ୍ମିକ ପରିବେଶ ଆରମ୍ଭ ହୋଇ ୨୦ ତାରିଖରେ ଉଦଯାପିତ ହୋଇଛି । ଆୟୋଜିତ ସତସଂଗ କାର୍ଯ୍ୟକ୍ରମରେ ସାଇଆଶ୍ରିତ ତଥା କର୍ଣ୍ଣାଟକ ଓ ଗୋଆର ମୁଖ୍ୟ ଆୟକର କମିଶନର ଜେ କ୍ରିଷ୍ଣ କିଶୋର ଯୋଗଦେଇ ଉଦବୋଧନ ଦେଇଥିଲେ ।
ଓଳାଶୁଣୀ ପୀଠର ସନ୍ଥ ସାଧକ ମହାପୁରୁଷ ଅରକ୍ଷିତ ଦାସଙ୍କ ପବିତ୍ର ମାଟିରେ ଆୟୋଜିତ ଏହି ଦିବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ସାଇ ଭକ୍ତ ମାନେ ଯୋଗ ଦେଇଥିଲେ । ରାଜ୍ୟ ସଭାପତି ଡାକ୍ତର ସତ୍ୟ ସ୍ୱରୂପ ପଟ୍ଟନାୟକ , ଜିଲ୍ଲା ସଭାପତି ଶ୍ରୀ ଉମେଶ ଚନ୍ଦ୍ର ନାୟକ, ଶୁଭେନ୍ଦୁ କୁମାର ଭୂୟାଁ ରାଜ୍ୟ ଗଣମାଧ୍ୟମ ସଂଯୋଜକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା
କରିଥିଲେ । ଏହି ସମ୍ମିଳନୀରେ ବହୁ ସାଇ ଭକ୍ତ ଯୋଗ ଦେଇଥିଲେ । ଅତିଥି ମାନେ ସତ୍ୟ ସାଇ ବାବାଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ, କାର୍ଯ୍ୟ କରିବା ସହିତ ସମାଜର ଅବହେଳିତ ଦରିଦ୍ର ଲୋକଙ୍କୁ ସାହାଯ୍ୟ ସହଯୋଗ ସେବା କରିବାକୁ ପରାମର୍ଶ ଦେଇଥିଲେ














