୨୦ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :- ବେଗୁନିଆ ଥାନା ଗେଡିଆପଲ୍ଲୀ ପଞ୍ଚାୟତ ସଦର ମହକୁମାରେ ଅବସ୍ଥିତ ବାଣୀଶ୍ରୀ କଳା ନିକେତନ ଆନୁକୂଲ୍ୟରେ ” ହୃଦୟର ଦେବତା ଶ୍ରୀ ଜଗନ୍ନାଥ ” ଶୀର୍ଷକ ଏକ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଶନିବାର ଅପରାହ୍ନରେ ସ୍ଥାନୀୟ ରାଧାକାନ୍ତ ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ସଭାରେ ଅନୁଷ୍ଠାନର ନିର୍ଦ୍ଦେଶକ ଗାୟକ ଭାଷାରତ୍ନ ଖଗେଶ୍ୱର ମାର୍ଥା ପୌରୋହିତ୍ୟ କରିଥିଲେ । ଗାୟକ ବସନ୍ତ କୁମାର ଦାସଙ୍କ ମଙ୍ଗଳା ଚରଣ ପାଠ ସହ କାର୍ଯ୍ୟକ୍ରମର ଶୁଭରମ୍ଭ ହୋଇଥିଲା । ସାହିତ୍ୟିକ ତଥା ଶିକ୍ଷାବିତ ବାଲ୍ମୀକି ବଳିୟାରସିଂହଙ୍କ ଵିୟୋଗରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ ଶ୍ରୀ ଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଭକ୍ତିମୂଳକ ଆବାହନୀ ସଙ୍ଗୀତ ଗାନ କରିଥିଲେ । ଏଥିରେ ନାଟ୍ୟକାର ବନବିହାରୀ, ମହାପାତ୍ର,
ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ଓ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଧାକର ସାମନ୍ତରାୟ ପ୍ରମୁଖ ଅତିଥି ରୂପେ ଯୋଗ ଦେଇ କୋଟି ହୃଦୟର ଦେବତା ଶ୍ରୀ ଜଗନ୍ନାଥ ଭକ୍ତର ଚେତନାର ଉର୍ଦ୍ଧ୍ୱରେ ରହି ପ୍ରତିଟି ଜୀବନକୁ ପ୍ରାଣମୟ କରି ଥାଆନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । କବି ପ୍ରସନ୍ନ ମଣ୍ଡଳଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠରେ କବି ଲକ୍ଷ୍ମୀଧର ମହାରଣା,ଗଙ୍ଗାଧର ଓଝା,ଲକ୍ଷ୍ମୀଧର ମହାପାତ୍ର, କବୟିତ୍ରୀ ଗୀତାଞ୍ଜଳି ମହାପାତ୍ର,ବସନ୍ତ କୁମାର ସାହୁ, ଅଶ୍ବିନୀ ପଟ୍ଟନାୟକ, ଭାଗବତ ମହାପାତ୍ର, ବିଜୟ କୁମାର ମହାପାତ୍ର, ପୂର୍ବତନ ସେନାନୀ ବସନ୍ତ କୁମାର ହୋତା, ଗାୟକ ଚକ୍ରଧର ଦେବତା,ଶିକ୍ଷକ ଜମ୍ବେଶ୍ଵର ମଙ୍ଗରାଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଶେଷରେ ଗାୟକ ପ୍ରଦୀପ କିଶୋର ତ୍ରିପାଠୀ ଉଦଯାପନୀ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷୟିତ୍ରୀ ପ୍ରତିମା ପ୍ରଧାନ ଧନ୍ୟବାଦ ଦେଇଥିଲେ













