No Result
View All Result
ଦୁଇ ବାଇକ୍ ଆରୋହୀ ରାସ୍ତା ରେ ପଡି ଛଟପଟ ହେଉଥିବା ବେଳେ ବାବୁ ଜଣକ ମୋବାଇଲରେ ବାର୍ତ୍ତାଳାପ କରୁଥିବା ଭିଡିଓ ଭାଇରାଲ ।

୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ପାଟଣାଗଡ଼ ଥାନା ସରମୁହାଣ ଗାଁ ନିକଟରେ ପାଟଣାଗଡ଼ ଉପଜିଲ୍ଲାପାଳ ବିଜୟାନନ୍ଦ ସେଠି ଙ୍କ ଗାଡି ଧକ୍କା ରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି |ଗୁରୁତର ମାନେ ହେଲା ଲରମ୍ଭା ଥାନା ଲୁହାଖାନ ଗାଁର ସୁଶାନ୍ତ ବରିହା ଓ ନାରାୟଣ ବରିହା |ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା କୁ ଆଣି ଭର୍ତ୍ତି କରିଛନ୍ତି |ସୁଶାନ୍ତ ସାମାନ୍ୟ ଆହତ ଥିବାବେଳେ ନାରାୟଣ ଗୁରୁତର ଥିବା ଜଣାପଡୁଛି | ମିଳିଥିଲା ସୂଚନା ଅନୁସାରେ ଆଜି ଦିନ ୪ଟା ସମୟରେ ଦୁଇ ଜଣ ବାଇକ ଆରୋହୀ ବଲାଙ୍ଗୀର ପଟକୁ ଯାଉଥୁଲେ |
ସାମ୍ନା ପଟରୁ ଦ୍ରୁତ ଗତିରେ ଆସୁଥୁବା ଉପଜିଲ୍ଲାପାଳ ଙ୍କ ଗାଡି ଧକ୍କା ରେ ବାଇକ ଆରୋହୀ ମାନେ ଝିଟିକି ପଡ଼ିଥିଲେ |ପରେ ରାସ୍ତାରେ ଯା ଆସ କରୁଥୁବା ଲୋକ ମାନେ ଗୁରୁତର ମାନଙ୍କଯତ୍ନ ନେଉଥୁବା ବେଳେ ଉପଜିଲ୍ଲାପାଳ ଫୋନ ରେ ବାର୍ତ୍ତାଳାପ କରୁଥୁବା ଏକ ଭିଡିଓ ରେ ଦେଖିବାକୁ ମିଳୁଛି |ଯାହାକୁ ନେଇ ସ୍ଥାନୀୟ ଅଂଚଳ ରେ ଅସନ୍ତୋଷ ପ୍ରକାଶ ପାଇବା ସହ ଜଣେ ବରିଷ୍ଠ ଅଧିକାରୀ କେମିତି ନିଜ ମାନବିକତା ଭୁଲି ଗଲେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ବେଳେ ଆହତ ଦୁଇ ବାଇକ ଆରୋହୀ ଙ୍କୁ ସ୍ଥାନୀୟ ଲୋକେ ଅଟୋ ରେ ପାଟଣାଗଡ଼ ଡାକ୍ତରଖାନାକୁ ପଠାଇଦେଇଥିଲେ ବୋଲି ଜଣାପଡ଼ିଛି ।

No Result
View All Result