No Result
View All Result
୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ଖପ୍ରାଖୋଲ ଥାନା ଓଡିଆପାଲି ପଞ୍ଚାୟତ ସରପଞ୍ଚ ଙ୍କ ସ୍ବାମୀ ସୁବାଷ ଛୁରା ଓ ତାଙ୍କ ସହଯୋଗୀ ଙ୍କ ସହ ପୂର୍ବତନ ସରପଞ୍ଚ କୁନୁ ବରିହା ଙ୍କ ଉପରେ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରିଛନ୍ତି । ସୂଚନା ଅନୁଯାୟୀ ଓଡିଆପାଲି ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ କୁନୁ ବରିହା (୫୮) ନିଜ ଗାଁ କପସିପାଲି ବସଷ୍ଟାଣ୍ଡ ପାଖରେ ଥିବା ଏକ ପାନ ଦୋକାନ ପାଖରେ ଗତ କାଲି ସନ୍ଧ୍ୟା ୭ ଟା ସମୟ ରେ ନିଜ ବାଇକ ଧରି ଠିଆ ହୋଇଥିଲେ । ଏହି ସମୟ ସୁବାଷ ଛୁରା ଓ ତାଙ୍କ ସହଯୋଗୀ ମାଞ୍ଚନ ନୀଆଲ ,ଯୁଧିଷ୍ଠିର ଛତର ,ମଣ୍ଟୁ ଛୁରା ,ବୁଲୁ ହଂସ ,ଚୁଡ଼ାମଣି ଛୁରା ପ୍ରମୁଖ ମିଶି ଅର୍ତକିତ ଭାବ ରେ ପେଟ୍ରୋଲ ଷ୍ଟାଣ୍ଡ ଧରି ଆକ୍ରମଣ କରିଥିଲେ ।
ଯାହାଫଲରେ କୁନୁ ବରିହା ଗୁରୁତ୍ବର ଆହତ ହୋଇ ଅଚେତ ଅବସ୍ଥାରେସତଳେ ପଡି ଯାଇଥିଲେ । କୁନୁ ବରିହା ଙ୍କ ପୁଅ ଶଙ୍କର ବରିହା ବାପା ଙ୍କୁ ଆକ୍ରମଣ କରୁଥିବା କଥାଖବର ପାଇ ତାଙ୍କ ପୁଅ ଶଙ୍କର ବରିହା ଓ ପରିବାର ଲୋକେ ପହଞ୍ଚି ଥିଲେ । ପରେ ଅଭିଯୁକ୍ତ ମାନେ କୁନୁ ଙ୍କୁ ଛାଡି ଫେରାର ମାରିଥିଲେ । କୁନୁ ଙ୍କୁ ଅଚେତ ଅବସ୍ଥା ରେ ଉଦ୍ଧାର କରି ଖପ୍ରାଖୋଲ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭିର୍ତ୍ତି କରିଥିଲେ । ଡାକ୍ତର ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ଗୁରୁତର ହେବାରୁ ପାଟଣାଗଡ଼ ଉପଖଣ୍ଡ ଡାକ୍ତରଖାନା କୁ ସ୍ଥାନାନ୍ତରକରିଥିଲେ ।
ପରିବାର ଲୋକେ ଆମ୍ବୁଲାନ୍ସ ଯୋଗେ ପାଟଣାଗଡ ଉପଖଣ୍ଡ ଡାକ୍ତରଖାନା କୁ ଆଣି ଚିକିତ୍ସା କରାଇଥିଲେ । ସେଠାରେ ମଧ୍ୟ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର ଜିଲ୍ଲା ମୂଖ୍ୟ ଭୀମଭୋଇ ଡ଼ାକ୍ତରଖାନାକୁ ସ୍ଥାନ୍ତର କରିଥିଲେ । କୁନୁ ଭୀମ ଭୋଇ ଡାକ୍ତରରେ ଭତ୍ତି ହୋଇ ଚିକିତ୍ସିତ ହେଉଛନ୍ତି । ଏନେଇ କୁନୁ ବରିହା ଙ୍କ ପୁଅ ଶଙ୍କର ବରିହା ଖପ୍ରାଖୋଲ ଥାନା ରେ ଲିଖିତ ଅଭିଯୋଗକରିଥିଲେ ।
ଖପ୍ରାଖୋଲ ପୁଲିସ କେଶ ନଂ ୫/୨୪ ସେକ୍ସନ ୟୁ/ଏସ ୩୪୧,/୨୯୪/୩୨୩/୩୦୭/୩୪/ଆଇପିସି ୩(୨)(ଭି) ଏସି ଏସଟି ଆକ୍ଟ ରେ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ରମାକାନ୍ତ ସାହୁ ଘଟଣାର ତଦନ୍ତ କରିବା ସହ ୩ ଅଭିଯୁକ୍ତ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଥିଲେ । ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନେ ଫେରାର ଥିବା ଜଣାପଡିଛି । ଗିରଫ ୩ ଅଭିଯୁକ୍ତ ମାନେ ହେଲେ ସୁବାଷ ଚ୍ଛୁରା( ୩୫)ମାଞ୍ଚନ ନୀଆଲ( ୩୩),ବୁଲୁ ହଂସ (୨୫) ।କୋର୍ଟ ରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନ ଙ୍କ ବିଚାର ବିଭାଗୀୟ ହାଜତ କୁ ପଠାଇଦିଆଯାଇଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ଙ୍କ ଠାରୁ ଜଣାପଡିଛି ।
No Result
View All Result