No Result
View All Result
୧୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ପାଟଣାଗଡ :-> ପବିତ୍ର ମକର ସଂକ୍ରାନ୍ତି ତିଥି ଅବସରରେ ପାଟଣାଗଡ ବ୍ଲକ ର ମୁଣ୍ଡlପଳା ଗାଁ ରେ ଗଣ୍ଡ ଆଦିବାସୀ ସମାଜ ର ଆରାଧ୍ୟ ଦେବତା ବୁଢ଼ାଦେଓ, ଜଂଘା ଦେଓ,ଲିଙ୍ଗା ଦେଓ ଙ୍କ ଯାତ୍ରା ମହୋତ୍ସବ ରେ ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି ମୁଖ୍ୟଅତିଥି ଭାବରେ ଯୋଗ ଦେଇଥିଲେ l

ଓଡିଶା ସରକାର ଙ୍କ ଆଦିବାସୀ ଶସକ୍ତିକାରଣ ଯୋଜନା,ଆଦିବାସୀ ଉନ୍ନୟନ ପରିଷଦ ଦ୍ୱାରା ଆଦିବାସୀ ମାନଙ୍କ ସାଂସ୍କୃତିକ ବିକାଶ,ସାମାଜିକ କଲ୍ୟାଣ, ଜୀବନ ଜୀବିକା ଉନ୍ନତି, ଦେବଦେବୀ ପୀଠ ର ସୌନ୍ଦର୍ଯ୍ୟକରଣ ଉପରେ ଆଲୋକପାତ କରିଥିଲେ l
ବିଶାଳ ଆଦିବାସୀ ସମାବେଶ ରେ ସାଂସଦ ଶ୍ରୀ ବିଶି ଆଦିବାସୀ ମାନଙ୍କ ସଚେତନତା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନବୀନ କାର୍ଡ ରେ ମହିଳା ମାନଙ୍କ ପାଇଁ ସରକାରୀ ଏବଂ ଘରୋଇ ହସ୍ପିଟାଲ ରେ ୧0 ଲକ୍ଷ ମାଗଣା ଚିକିତ୍ସା ସୁବିଧା, ପୁରୁଷ ପାଇଁ ୫ ଲକ୍ଷ ଟଙ୍କା ଚିକିତ୍ସା ସହାୟତା ଅଠାରି ଋଣ ରୁ ମୁକ୍ତି ଦେବା ସହ ଜୀବନ ରକ୍ଷାକlରି ଯୋଜନା ବୋଲି ଉଦବୋଧନ ଦେଇଥିଲେ l
ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସ୍ୱୟଂ ସହାୟକ ଦଳ ପାଇଁ ବିନା ସୁଧରେ ୫ ଲକ୍ଷ ଟଙ୍କା ଋଣ ପ୍ରଦାନ କରୁଥିବାରୁ ଏହା ମହିଳା ବିକାଶ ପାଇଁ ଯୁଗାନ୍ତକାରୀ ଯୋଜନା ବୋଲି କହିଥିଲେ l ଚାଷୀ ଙ୍କ ମଙ୍ଗଳ ପାଇଁ କାଳିଆ ଯୋଜନା, ବୁଣାକାର ଙ୍କ ପ୍ରଗତି ପାଇଁ ବଳିଆ ଯୋଜନା ଏକ ବରଦାନ ବୋଲି ସାଂସଦ ଶ୍ରୀ ବିଶି ପ୍ରକାଶ କରିଥିଲେ l ଆଦିବାସୀ ଉତ୍ସବ ରେ ଅଖିଳ ଭାରତୀୟ ଗୋଣ୍ଡୱାନା ଗଣ୍ଡ ମହାସଭା ର ମହାସଚିବ ରାମଚନ୍ଦ୍ର ଧରୁଆ, ବ୍ଲକ ସମିତି ର ଲେକୃ ଧରୁଆ,ପ୍ରତାପ ଧରୁଆ,ରାଜେନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l

No Result
View All Result