No Result
View All Result
୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡ଼ଗାଁ :-> ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଶରଣକୁଳ ନିକଟ ଭଣ୍ଡାର ମୁଣ୍ଡିଆ ତଳେ ତିନିଦିନ ଧରି ମା ପିଲା ମିଶି ୧୪ ଟି ହାତୀ ପଲଙ୍କୁ ଦେଖିବାକୁ ମିଳୁଛି ।ରାତିରେ ହାତୀମାନେ ଶରଣକୁଳ ଗ୍ରାମ ନିକଟକୁ ଆସି ଲୋକଙ୍କ ବାରିରେ ଥିବା କଦଳୀ,ସଜନା ଇତ୍ୟାଦି ଗଛ ଭାଙ୍ଗି ପୁରା ପଦା କରିଦେଉଛନ୍ତି । ଶରଣକୁଳ, ବରଡ଼ିହି,କଟରାଝରି ଶରଣକୁଳ ଓ ଆଖ ପାଖ ଅଞ୍ଚଳ ଲୋକଙ୍କ ମନରେ ହାତୀ ପଲକୁ ନେଇ ଭୟ ଆଶଙ୍କା ଦେଖାଦେଇଛି । କେତେବେଳେ ଯେ ହାତୀପଲ ଗ୍ରାମ ଭିତରେ ପଶି ଧନ ଜୀବନ ନଷ୍ଟ କରିବେ କିଏ କହିପାରିବ ।

ପାଖରେ ବନ ବିଭାଗର ରେଞ୍ଜ କାର୍ଯ୍ୟାଳୟ ଥିଲେ ମଧ୍ୟ ହାତୀ ପଲକୁ ଘଉଡାଇବା ପାଇଁ ସେମିତି କିଛି ଆଖିଦୃଷ୍ଟିୟା କାର୍ୟ୍ଯ କରାଯାଉନାହିଁ । ଓଡ଼ଗାଁ ଠାରୁ ଶରଣକୁଳ ପର୍ଯ୍ୟନ୍ତ ହାତୀ ପଲ ଯାତାୟତ କରିବା କିଛିଦିନ ଧରି ଲାଗି ରହିଛି ।ବନ ବିଭାଗ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜନସାଧାରଣ ଦାବୀ ଜଣାଇଛନ୍ତି ।
ତେବେ ଗତକାଲି ହାତୀ ପଲ କୁ ସୁରକ୍ଷା ଦେବା ଆଳରେ ବିଦ୍ୟୁତ ବିଭାଗ ସନ୍ଧ୍ୟା ସମୟରୁ ବିଦ୍ୟୁତସର୍ବରାହ ବନ୍ଦ ରଖୁଥିଲେ ମଧ୍ୟ ସେହି ଆଳରେ ତା ପରଦିନ ଦିନ ୧୨ ଘଣ୍ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ନ କରିବା ଫଳରେ ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି । ଏପରି ବାରମ୍ବାର ଘଟିଲେ ଲୋକମାନେ ବାଧ୍ୟ ହୋଇ ବନ ବିଭାଗ ଓ ବିଦ୍ୟୁତ ବିଭାଗ ବିରୁଦ୍ଧରେ ଆନ୍ଦୋଳନ କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଥିବା ଜଣାପଡିଛି |

No Result
View All Result