No Result
View All Result
୧୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଓଡଗାଁ :-> ଶରଣକୁଳ ଭିକାରୀପଡା ସ୍ଥିତ କେ.ଏସ.ବି ପବ୍ଲିକ ସ୍କୁଲରେ ତିନିଦିନ ଧରି ଚାଲୁ ରହିଥିବା ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ଉଦଯାପିତ ହୋଇଯାଇଛି।ଗୁରୁବାର ଅନୁଷ୍ଠିତ ଏହି କ୍ରୀଡା ଉତ୍ସବର ଉଦଘାଟନୀ ଉତ୍ସବ ଲଡ଼ୁବାବାଙ୍କ ମନ୍ଦିର ସିଂହଦ୍ୱାରରେ ଅନୁଷ୍ଠିତ ହୋଇଥିଲା l ବିଦ୍ୟାଳୟ ସଭାପତି ବିଶିଷ୍ଟ କ୍ରୀଡ଼ାବିତ ମନୋରଞ୍ଜନ ଦାଶ, ସମ୍ପାଦକ ପ୍ରଶାନ୍ତ କୁମାର ଦାଶ, ଅଧ୍ୟକ୍ଷ ନୀଳମାଧଵ ତ୍ରିପାଠୀ,ବରିଷ୍ଠ ଶିକ୍ଷାବିତ କିଶୋର ଚନ୍ଦ୍ର କର, ରାଜେନ୍ଦ୍ର କୁମାର ତ୍ରିପାଠୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ l
ମନ୍ଦିର ବଡ଼ପଣ୍ଡା ଶୁନିଲ କୁମାର ବଡ଼ପଣ୍ଡା ଲଡ଼ୁବାବା ଙ୍କ ଅଖଣ୍ଡ ଦୀପରୁ ଅଗ୍ନି ଆଣିବା ପରେ ସ୍କୁଲ ସଭାପତି ଶ୍ରୀ ଦାଶ ମଶାଲ ପ୍ରଜ୍ବଳନ କରି କ୍ରୀଡା ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ପରେ ପରେ ଏକ ମଶାଲ ଶୋଭାଯାତ୍ରାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରୀଡା ପ୍ରାଙ୍ଗଣରେ ପହଞ୍ଚିଥିଲେ l ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କ୍ରମେ କ୍ରୀଡା ପ୍ରତିଯୋଗିତା ଗୁଡିକ ସୁଚାରୁରୂପେ ପରିଚାଳିତ ହୋଇଥିଲା l ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ୧00 ମିଟର, ୨00 ମିଟର,୪00ମିଟର ଦୌଡ,ଲମ୍ବଡିଆଁ,ଉଚ୍ଚଡିଆଁ ,

ଧୀର ସାଇକେଲ ଚାଳନା, ଜାଭଲିନ ଥ୍ରୋ, ଅଖା ଦୌଡ଼, ସର୍ଟପୁଟ,ଦୌଡ଼ିଡିଅଁ। ,ସ୍ପୁନବଲ,ମ୍ୟୁଜିକ ଚେୟାର, ଇତ୍ୟାଦି ବାଳକ ବାଳିକା ଭିନ୍ନ ଭିନ୍ନ ଖେଳ ପ୍ରତିଯୋଗିତା ହୋଇଥିଲା l ଏଥିରେ ବିଦ୍ୟାଳୟ ରେ ପଢୁଥିବା ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ l ଉଦଯାପନ ଦିବସରେ ବିଦ୍ୟାଳୟର ସଭାପତି ମନୋରଞ୍ଜନ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବ ରେ ଶରଣକୁଳ ଜୋନ ଜିଲ୍ଲା ପରିଷଦ ସଭ୍ୟ ଚିନ୍ମୟୀ ଦାଶ ମୁଖ୍ୟ ଅତିଥି,
ଶରଣକୁଳ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୋଦାବରୀ ବସନ୍ତିଆ ମୁଖ୍ୟ ବକ୍ତା ରୂପେ ଯୋଗ ଦେଇଥିଲେ l ସମ୍ପାଦକ ପ୍ରଶାନ୍ତ କୁମାର ଦାଶ ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଧାନଶିକ୍ଷକ ନୀଳମାଧବ ତ୍ରିପାଠୀ ଧନ୍ୟବାଦ ପ୍ରଦାନ କରିଥଲେ l କୃତିତ୍ୱ ଅର୍ଜନ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ |

No Result
View All Result