No Result
View All Result
୧୧ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଫୁଲବାଣୀ -> ସ୍ଥାନୀୟ ପି ଏ ଆଇ ଟି ଡି ଏ ସଭା ଗୃହ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ମାଇ ଭାରତ ବିକଶିତ ଭାରତ କାର୍ଯ କ୍ରମ ଜିଲ୍ଲା ଯୁବ ଅଧୂକାରୀ ନଭନିତ୍ କୁମାର୍ ଙ୍କ ଅଧକ୍ଷ ତା ରେ ଅନୁଷ୍ଠିତ ହୋଇ ଯାଇଅଛି । ଏହି କାର୍ଯ କ୍ରମ ଟି ଦେଶ 2047 ବର୍ଷ ବେଳକୁ ଭାରତ ର ବିକାଶ କିପରି ହୋଇଥିବ ସେହି ଉପରେ ଏକ ବକୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା ।
ଏହି ପ୍ରତି ଯୋଗିତାରେ କନ୍ଧମାଳ ଜିଲ୍ଲା ର ବିଭିନ୍ନ ବ୍ଲକ ରୁ ପ୍ରତିଯୋଗି ଭାଗ ନେଇ ଥିଲେ । ବିଚାରକ ଭାବରେ ଓଡିଶା ପୋଲିସ ବିଭାଗ ର ଅବସପ୍ରାପ୍ତ କମାଣ୍ଡେଣ୍ଟ ନବୀନ କିଶୋର ପଣ୍ଡା,ସଂମ୍ମାନିତ ଅତିଥ୍ ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧୂକାରୀ ଦେବାଶିଷ ମିଶ୍ର, ଆଇନ୍ ଯିବି ବିଜୟ କୃଷ୍ଣ ପଟ୍ଟନାୟକ ନାୟକ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ର ସହକର୍ମୀ ସତ୍ୟ ବାନ ଦଳବେହେରା ପ୍ରମୁଖ ଯୋଗ ଦେଇଥିଲେ ।
ଅନୁଷ୍ଠିତ କାର୍ଯ କୁ ଯୁବକ ସଂଘ ର ସଭ୍ୟ ସଭ୍ୟା, ସ୍ବେଛାସେବୀ , ଛାତ୍ର ଛାତ୍ରୀ ପ୍ରମୁଖ ଯୋଗ ଦେଇ ଥିଲେ । ଏହି ବକୃତା ପ୍ରତି ଯୋଗିତା ରେ ଅର୍ପିତା ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ, ଦ୍ବିତୀୟ ସ୍ଥାନ ରେ ଟି ଗାୟତ୍ରୀ ସେନାପତି ଏବଂ ତୃତୀୟ ସ୍ଥାନ ରେ ଜ୍ୟୋତିର୍ମୟୀ ମିଶ୍ର ଥିଲେ I
ପ୍ରଥମ ସ୍ଥାନ ଅଧୂକାର କରି ଥୂବା ପ୍ରତି ଯୋଗି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ । ଏହି କାର୍ଯ କ୍ରମ ର ମୁଖ୍ୟ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ଉପସ୍ଥିତ ଥିବା ସମସ୍ତ ଜନସାଧାଣଙ୍କୁ ଜିଲ୍ଲା ଯୁବ ଅଧୂକାରୀ ଅବଗତ କରିଥିବା ବେଳେ ସ୍ବେଛାସେବୀ ଶିବେନ୍ଦ୍ର ଦିଗାଲ ଧନ୍ୟ ବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ସାଙ୍ଗ କରି ଥିଲେ ।
No Result
View All Result