No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚମ୍ପୁଆ :-> ଚମ୍ପୁଆ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୋଡା ବ୍ଲକର ବଡ ହୁଣ୍ଡୁଳା ଠାରେ ଗତ ୩ଦିନ ଧରି ଚାଲିଥିବା କୃଷ୍ଣଲୀଳା ନୃତ୍ୟ ମହାମଞ୍ଚର ସମାପ୍ତ ହୋଇଯାଇଛି । ଏହି ଅନ୍ତିମ ଦିବସରେ ରାଜ୍ୟ ସରକାରଙ୍କ ସାଂକୃତିକ ଏବଂ

ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ବନୀ ପାତ୍ର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ସ୍ଥଳେ ସମ୍ମାନୀତ ଅତିଥି ଭାବରେ ଗ୍ରାମାଞ୍ଚଳ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ପ୍ରୀତିରଞ୍ଚନ ଘୋଡାଇ ସମେତ ପଦ୍ମଶ୍ରୀ ହଳଧର ନାଗ ଓ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ଉପସ୍ଥିତ ଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟକ ଜନ ସାଧାରଣ ଓ ଦର୍ଶକ ସମାହିତ ହୋଇଥିବା ଦେଖିବାକୁ ମିଳିଥିଲା ।ବିଭିନ୍ନ ପ୍ରାନ୍ତରୁ ମୋଟ ୪୨ଟି ନୃତ୍ୟ କଳାକାର ଦଳ ଭାଗ ନେଇଥିବାର ସୂଚନା ମିଳିଛି ।

ରାଜ୍ୟ ସରକାର ହଜି ଯାଉଥିବା ନୃତ୍ୟ କଳାକୁ ପୁନଃ ଉଜ୍ଜିବୀତ କରିବା ପାଇଁ ସଦାସର୍ବଦା ଚେଷ୍ଟା କରି ଆସୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ତାଙ୍କ ଅଭିଭାଷଣ କହିଥିବା ସ୍ଥଳେ ସମ୍ମାନୀତ ଅତିଥି ଶ୍ରୀ ଘୋଡାଇ ଯାଦବ ସମାଜ ପ୍ରତି କିପରି

ରାଜ୍ୟସରକାର ପ୍ରାଧାନ୍ୟ ଦେଇ ଆସୁଥିବା ବେଳେ ସ୍ଥାନୀୟ ବିଧାୟିକା ନିଜ ଅଞ୍ଚଳର ବିକାଶ ନିମନ୍ତେ ସବୁବେଳେ ରାଜ୍ୟସରକାରଙ୍କ ଧ୍ୟାନ ଆକର୍ଷଣ କରିଥାନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିବା ଦେଖିବାକୁ ମିଳିଥିଲା ।

ସେହିପରି ସ୍ଥାନୀୟ ବିଧାୟିକା ଶ୍ରୀମତୀ ମହାନ୍ତ ଆସିଥିବା ରାଜ୍ୟସରକାରଙ୍କ ଦୁଇ ମନ୍ତ୍ରୀଙ୍କୁ ଭୂୟସୀ ପ୍ରସଂଶା କରିଥିବା ବେଳେ ଯେତେବେଳେ ବି ନିଜ ନିର୍ବାଚନ ମଣ୍ଡଳୀର ପ୍ରସଂଗ ନେଇ ଯାଇଛନ୍ତି କେବେ ନିରାଶ କରି ନାହାନ୍ତି ବୋଲି ତାଙ୍କ ଅଭିଭାଷଣରେ କହିଥିଲେ ।

No Result
View All Result