No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ବେଗୁନିଆ :-> ବେଗୁନିଆ ବ୍ଲକ ବାଘମାରି ପଂଚାୟତ ଅନ୍ତର୍ଗତ ଅଟ୍ରି ଉଷ୍ଣପ୍ରସ୍ରବଣ ପରିସରରେ ଚଳିତ ମାସ ୧୫ ତାରିଖ ମକର ସଂକ୍ରାନ୍ତି ଠାରୁ ପାଞ୍ଚ ଦିନ ଧରି ମକର ମହୋତ୍ସବ ଅନୁଷ୍ଠିତ ହେବ। ଏହି ମହୋତ୍ସବ ସ୍ଥଳରେ ବାବା ଏକାଦଶ ରୁଦ୍ର ତଥା ହଟ୍ଟକେଶ୍ବର ପୀଠରୁ ଆଜ୍ଞାମାଳ ଧରି ଉଷ୍ଣପ୍ରସ୍ରବଣ ପରିସରରେ ଥିବା ମହୋତ୍ସବ ସ୍ଥଳରେ ଆଜ୍ଞାମାଳ ସହ ଶୁଭ ଖୁଣ୍ଟିକୁ ସ୍ଥାନୀୟ ସରପଂଚ ମାନସ ରଞ୍ଜନ ବିଶ୍ଵାଳ ପୋତିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ,ବାରପଲି କମିଟିର ଉପ ସଭାପତି କୁମର ରାଉତ, ସମାଜସେବୀ ପ୍ରେମାନନ୍ଦ ମହାନ୍ତି, ନବ କିଶୋର ଖୁଣ୍ଟିଆ, ପ୍ରସନ୍ନ କୁମାର କହଲ ସିଂହ, ଶ୍ରୀଧର ମହାନ୍ତି,ପ୍ରତାପ ମହାନ୍ତି ଓ ଶିକ୍ଷକ ସୁଧାକର ସେଠୀଙ୍କ ସମେତ ମହୋତ୍ସବ କମିଟି ସଭ୍ୟ ଓ ମନ୍ଦିର କମିଟି ସଭ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆରାଧ୍ୟ ଦେବତା ହଟ୍ଟକେଶ୍ୱରଦେବଙ୍କ ପୀଠରେ ପ୍ରାଥନା କରିଥିଲେ।

No Result
View All Result