10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ଦୈନିକ ରାଜ ରାସ୍ତା ଉପରେ ଦୁର୍ଘଟଣା ବୃଦ୍ଧି ପାଇବା ନେଇ ସରକାର, ସ୍ବେଛାସେବୀ,ସାମାଜିକ କର୍ମୀ, ବୁଦ୍ଧିଜୀବୀ ମାନେ ଦୂର୍ଘଟଣା କୁ ରୋକିବା ପାଇଁ ଚିନ୍ତିତ ଥିବା ସଚେତନ କାର୍ଯ୍ୟକ୍ରମ ରୁ ଜଣାପଡିଛି ତେବେ ଦୁର୍ଘଟଣା ଘଟି ଅକାଳରେ ମୂଲ୍ୟବାନ ଜୀବନ ଟି ଆଜୀବନ ବିକଳାଙ୍ଗ ହେବା ଯୋଗୁଁ ପରିବାର ଏବଂ ସମାଜର ନାହିଁ ନ ଥିବା କ୍ଷତି ଘଟୁଛି । ସଡ଼କ ସୁରକ୍ଷା ସଚେତନତା ଓ ଦୁର୍ଘଟଣା ହାର ହ୍ରାସ ସକାଶେ ପ୍ରତିବର୍ଷ ଜାନୁଆରୀ ପ୍ରଥମ ସପ୍ତାହର ସଡ଼କ ସୁରକ୍ଷା ପାଳନ କରାଯାଉଛି ।
ଏହି ଅବସରରେ ଗୋରୁମହିଷାଣୀ ଲୌହଖଣି ଲିଜ ଧାରୀ ଘନଶ୍ୟାମ ମିଶ୍ର ଏଣ୍ଡ ସାଇନ୍ସ ପ୍ରାୟ.ଲି ପକ୍ଷରୁ ରବିବାର ଦିନ ରାଇରଙ୍ଗପୁର ବିଜୁପଟ୍ଟନାୟକ ଛକରେରେ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଖଣି ମେନେଜର ଇଂ ବିକାଶ ରଂଜନ ନାୟକଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ଏସଡପିଓ ଶ୍ରୀ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଧିକାରୀ ସୁଚନ୍ଦ୍ର ମହାଳିକ,ଜାମଦା ଥାନାଧିକାରୀ ମଧୁ ସୂଦନ ଦତ୍ତ ପ୍ରମୁଖ ଯୋଗ ଦେଇଥିଲେ । ପ୍ରଥମେ ସ୍ଥାନୀୟ ଦୁର୍ଗା ମଣ୍ଡପ ଛକରେ ସଡ଼କ ସୁରକ୍ଷା ସଚେତନତା ନେଇ ଦାସକାଠିଆ ,ପରେ ଟେକ୍ନୋଓ୍ବାର୍ଲଡ ଛାତ୍ରୀ ମାନଙ୍କ ଦ୍ବାରା ସଡ଼କ ସୁରକ୍ଷା ସଚେତନତା ନେଇ ପଥପ୍ରାନ୍ତ ନାଟକ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା ।
ପରେ ସଡ଼କ ସୁରକ୍ଷା ସଚେତନତା ସମ୍ବନ୍ଧୀୟ ନେଇ ଟେକ୍ନୋଓ୍ବାର୍ଲଡ ଛାତ୍ରଛାତ୍ରୀମାନେ ପ୍ଳାକାର୍ଡ ଧରି ଓ ସ୍ଳୋଗାନ ଦେଇ ସହର ପରିକ୍ରମା କରିଥିଲେ । ଅତିଥି ମାନେ ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର ,ଦୃତ ଗାଡ଼ି ନ ଚଳାଇବାକୁ ପରାମର୍ଶ ଦେବା,ହେଲମେଟ ବ୍ୟବହାର, ଯାନବାହାନ ଚଳାଇବା ସମୟରେ ସିଟ୍ ବେଲ୍ଟ ଲଗାଇବା,ସଡ଼କ ସୁରକ୍ଷା ନିୟମ ମାନିବା , ଟ୍ରାଫିକ ସିଗନାଲକୁ ମାନିବା,ମଦ୍ୟପାନ କରି ଗାଡ଼ି ନ ଚଲାଇବା,
ଦୁର୍ଘଟଣାରେ ଶିକାର ବ୍ୟକ୍ତିଙ୍କୁ ତୁରନ୍ତ ନିକଟସ୍ଥ ଡ଼ାକ୍ତରଖାନାରେ ପହଞ୍ଚାଇବା ଉପରେ ବକ୍ତବ୍ୟ ରଖିଥିଲେ । କମ୍ପାନୀ ତରଫରୁ ହେଲମେଟ ସଡ଼କ ସୁରକ୍ଷା ମାନି ଚଳାଉଥିବା ଚାଳକ ମାନଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରାଯାଉଥିଲା । ଗୋରୁମହିଷାଣୀ ଲୌହଖଣି ତରଫରୁ ମାନବ ସମ୍ବଳ ଅଧିକାରୀ ଏନ୍ କେ ସିଂ,ସାଇ ସତୀଶ,ରମେଶ ଜେନା , ସଂଞ୍ଜିବ ଗିରି , ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।