No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ଭଲିବଲ ଖେଳର ପ୍ରଚାର ଓ ପ୍ରସାର ଓ ଲୋକପ୍ରିୟ ପାଇଁ ଅଣ୍ଟା ଭିଡିଛନ୍ତି ରାଇରଙ୍ଗପୁର ପୌରାଞ୍ଚଳର ମହୁଲଡିହା ଗ୍ରାମର ଯୁବଗୋଷ୍ଠୀ । କିଛି ବର୍ଷ ପୂର୍ବେ ମହୁଲଡିହା ଗ୍ରାମର ଭଲିବଲ ଯୁବ ତାରକା ସାନୁର ଅକାଳ ବିୟୋଗରେ ଖେଳାଳି ମାନଙ୍କ ମନ ଉଣା ହୋଇ. ଯାଇଥିଲା । ପ୍ରିୟ ସାଥୀ ସାନୁ ସ୍ମୃତିକୁ ଉଜ୍ଜୀବିତ ରଖିବା ପାଇଁ ମହୁଲଡିହାର ଯୁବ ଭଲିବଲ କ୍ରୀଡାପ୍ରେମୀଙ୍କ ପ୍ରୟାସରେ ଶନିବାର ଦିନ ମହୁଲଡିହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଦିବସୀୟ ଦିବାରାତ୍ର “ସାନୁ ମେମୋରିଆଲ ଭଲିବଲ ଟୁର୍ଣ୍ଣାମେଣ୍ଟ” ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୟୂରଭଞ୍ଜ ଜିଲ୍ଲାର ଆଠ ଟି ବଛା ବଛା ଦଳ ମହୁଲଡିହା,ଭଂଜକିଆ,କୁଳତା, ନୁରୁବାଦଡା,ଗଡପଳଶା, ଯଶିପୁର,ହାଟବାଦଡା ଏବଂ ବଡାମତଳିଆ ସମେତ ଆଠ ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଖେଳକୁ ରାଇରଙ୍ଗପୁର ଆଦିବାସୀ ସମନ୍ଵିତ ପ୍ରକଳ୍ପ ପ୍ରଶାସକ ଅଧିକାରୀ ଶ୍ରୀ ପରିକ୍ଷିତ ଦାସ ପ୍ରଦୀପ ପ୍ରଜ୍ବଳନ କରି ଖେଳର ଶୁଭାରମ୍ଭ କରିବା ସହ ଖେଳାଳୀମାନଙ୍କୁ ଶୃଙ୍ଖଳା,ନିଷ୍ଠା ଓ ପ୍ରତିଯୋଗିତା ମୂଳକ ଖେଳିବା ପାଇଁ ପରାମର୍ଶ ଦେଇଥିଲେ ।
ଫାଇନାଲ ଖେଳରେ ଯଶିପୁର ଭଲି ଟିମ୍ ରାଇରଙ୍ଗପୁରର ମହହୁଲଡିହା ଭଲିଟିମ କୁ ହରାଇ ଚମ୍ପିୟାନ ହୋଇଥିଲେ । ଅପରାହ୍ନ ୩ ଠାରୁ ରାତି ୧୦.୩୦ ପର୍ଯ୍ୟନ୍ତ ଖେଳଚାଲିଥିଲା । ଶହ ଶହ ଦର୍ଶକ ଓ ଖେଳପ୍ରେମୀ ଖେଳ ଦେଖିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ ।ପରେ ଟୁର୍ଣ୍ଣାମେଣ୍ଟର ସଭାପତି ଯୁବ ସମାଜସେବୀ ସୁରେଶ କୁମାର ମାଝୀ ବିଜେତାଙ୍କୁ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମକୁ ସଂପାଦକ ଗୁରୁପ୍ରସାଦ ଘୋଷିଲ,ଉକୁଲ ପାଲ,ଅବିନାଶ ଗିରି,କୁନାଲ ଗିରି,ହାତୀ ପାଲ,ରାହୁଲ ଗିରି,ସିଲୁ ନନ୍ଦ,ସୁନିଲ ମାଝୀ ଏବଂ ଅନ୍ୟମାନେ ପରିଚାଳନାରେ ସହଯୋଗ କରିଥିଲେ । ମହୁଲଡିହା ଯୁବକଙ୍କ ଭଲିବଲ ଖେଳକୁ ଅଧିକ ଆକର୍ଷଣ , ଲୋକପ୍ରିୟ କରାଇବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ଯୁବ କ୍ରୀଡ଼ାପ୍ରେମୀ ମହଲରେ ପ୍ରଶଂସା କରାଯାଇଛି. ।
No Result
View All Result