No Result
View All Result
10 ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଳାହାଣ୍ଡି :-> ୨୬ତମ କଳାହାଣ୍ଡି ଉତ୍ସବ ୨୦୨୪ପାଳନ ଅବସରରେ ଏକ ଜିଲ୍ଲା ସ୍ତରୀୟ ନୌକା ଚାଳନା ଓ ତୀର ଚାଳନା ପ୍ରତିଯୋଗିତା ମହୁଲପାଟଣା ନିକଟସ୍ଥ ସ୍ଥାନୀୟ ଇନ୍ଦ୍ରାବତୀ ଜଳଭଣ୍ଡାର ନିକଟ ସ୍ଥାନରେ ସ୍ଵମନ୍ନୀତ ଆଦିବାସୀ ଉନ୍ନୟନ ସଂସ୍ଥା ଏବଂ ଜିଲ୍ଲା ମତ୍ସ୍ୟ ବିଭାଗ ଆନୁକୂଲ୍ୟରେ ଆୟୋଜିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବରେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ ଦିଶାରୀ ଯୋଗ ଦେବା ସହ ଥୁଆମୂଳ ରାମପୁର ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ ଙ୍କ ସହ ପି ଏ, ଆଇ ଟି ଡି ଏ ରାମକୃଷ୍ଣ ଗଣ୍ଡ, ମତ୍ସ୍ୟ ଉପ ନିର୍ଦ୍ଦେଶକ ଅରୁଣ ବେହେରା,
ଜିଲ୍ଲା ପରିଷଦ ସଦସ୍ୟା ଟୁନୀ ଖୋସଲା,ଡି ଡ ବ୍ଲୁ ଓ ଅରବିନ୍ଦ ରାୟ, ଡି ସି ଓ ଅର୍ପିତା ବେହେରା, ଡି ଆଇ ପି ଆର୍ ଓ ମନୋଜ ବେହେରା, ନୌକା ଚାଳନା ଓ ତୀର ଚାଳନା କମିଟି ଅଧ୍ୟକ୍ଷ ପଦ୍ମ କିଶୋର ପୂଜାରୀ,ସମିତି ସଭ୍ୟ, ସରପଞ୍ଚ ପ୍ରମୁଖ ମଞ୍ଚାସିନ ଥିଲେ । । ଏମ ଏମ ପି ଏସ୍ ମହାବିଦ୍ୟାଳୟ ଥୁଆମୂଳ ରାମପୁର ଅଧ୍ୟକ୍ଷ ସତ୍ୟ ନାରାୟନ ମୁଣ୍ଡଛିନା କାର୍ଯ୍ୟକ୍ରମ ପରିଚାଳନା ସହ ସଂଯୋଜନା କରିଥିଲେ । ସଭାରେ ମହାପ୍ରଭୁ ଜଗନ୍ନାଥଙ୍କ ଫଟୋଚିତ୍ର ପୂଜାର୍ଚ୍ଚନା ପରେ ପି ଏ,
ଆଇ ଟି ଡି ଏ ଏହି ପ୍ରତିଯୋଗିତା ଉପରେ ସମ୍ୟକ୍ ସୂଚନା ଦେଇ କଳାହାଣ୍ଡି ଉତ୍ସବ ଉପଲକ୍ଷେ ସ୍ଥାନୀୟ ଲୋକଙ୍କର ଆନ୍ତରିକତା ଓ ବହୁ ସଂଖ୍ୟାରେ ତୀର ଚାଳନା ଓ ନୌକା ଚାଳନା ପ୍ରତିଯୋଗିତା ରେ ଅଂଶ ଗ୍ରହଣ କୁ ପ୍ରଶଂସା କରି ସମସ୍ତଙ୍କୁ ସ୍ବାଗତ କରିଥିଲେ । ମୂଖ୍ୟଅତିଥି ଜିଲ୍ଳାର ଲୋକ କଳା, ଲୋକ ସାହିତ୍ୟ, ଲୋକ ବାଦ୍ୟ,ଲୋକ ସଂସ୍କୃତି ର ଆହୁରି ଉନ୍ନତି ସହ ଅନ୍ତର୍ନିହିତ ପ୍ରତିଭାର ପ୍ରଦର୍ଶନ ପାଇଁ ଏହି ମଞ୍ଚ ଏକ ସୁଯୋଗ ବୋଲି କହିଥିଲେ ।
ବ୍ଲକ ଅଧ୍ୟକ୍ଷ ଶ୍ରୀ ମାଝୀ କୁଇ ଭାଷା ରେ ସମ୍ବୋଧନ କରି ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ । ନୌକା ଚାଳନା ରେ କର୍ଲାଗୁଡା ଗ୍ରାମର ଚକ୍ର ମାଝୀ ଓ ସୁରୁ ମାଝୀ ପ୍ରଥମ, ସାନ ଛତରଙ୍ଗ ଗ୍ରାମ ର ଫଗନୁ ମାଝୀ ଓ ଇନ୍ଦ୍ର ମାଝୀ ଦ୍ଵିତୀୟ, କମଲାଗୁଡ଼ା ଗ୍ରାମର ତ୍ରିନାଥ ମାଝୀ ଓ ସଦା ମାଝୀ ତୃତୀୟ ଏବଂ ସେଭଳି ତୀର ଚାଳନା ରେ ଉପରଛାବ୍ରି ର ହରି ମାଝୀ ପ୍ରଥମ, ଭେବ୍ଡ଼ାପଦର୍ ର ସୁରେନ୍ଦ୍ର ମାଝୀ ଓ ଡିସ୍କୋ ମାଝୀ ଦ୍ଵିତୀୟ ଏବଂ ଉପରଛାବ୍ରି ର ଲକ୍ଷ୍ମଣ ମାଝୀ ତୃତୀୟ ହୋଇ ମୂଖ୍ୟ ଅତିଥି ଙ୍କ ଠାରୁ ନଗଦ ଅର୍ଥ ପୁରସ୍କାର, ସାର୍ଟିଫିକେଟ ଓ ଟ୍ରଫି ଗ୍ରହଣ କରିଥିଲେ ।
ତୀରଚାଳନା ଓ ନୌକା ଚାଳନା ରେ ପ୍ରଥମ ପୁରସ୍କାର ୨୫୦୦ ଟଙ୍କା, ଦ୍ୱିତୀୟ ପୁରସ୍କାର ୨୦୦୦ ଟଙ୍କା ଏବଂ ତୃତୀୟ ପୁରସ୍କାର ୧୫୦୦ ଟଙ୍କା ପ୍ରଦାନ କରାଯାଇଥିଲା । ସେଭଳି ସାଂସ୍କୃତିକ କାର୍ଯ୍ୟକ୍ରମରେ ମହୁଲପାଟଣା ସରକାରୀ ହାଇସ୍କୁଲ, ଗୋପାଳପୁର ଏସ ଏସ ଡି ବାଳିକା ଉଚ୍ଚ ବିଦ୍ୟାଳୟ ଓ ବାଳକ ଉଚ୍ଚ ବିଦ୍ୟାଳୟ,ମା ମାଣିକେଶ୍ଵରୀ ପଞ୍ଚାୟତ ହାଇସ୍କୁଲ, ସୁକାନ୍ତି ଡେ ନ୍ସ ଗ୍ରୁପ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସମ୍ବଲପୁରୀ, ଢେମସା ନୃତ୍ୟ, ସୋଲୋ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରତିଯୋଗିତା କୁ ଭୀମସେନ ସାହୁ,ଭାରତ ଭୁଷଣ ଚଲାନ୍, ଭାରତ ଭୁଷଣ ପ୍ରଧାନ,ରଜନୀକାନ୍ତ ଶର୍ମା ପ୍ରମୁଖ ସହଯୋଗ କରିଥିଲେ ।
ସଭା ସ୍ଥଳ ରେ ଆଇ ସି ଡି ଏସ, ସ୍ଵାସ୍ଥ୍ୟ ବିଭାଗର ଷ୍ଟଲ ଖୋଲାଯାଇ ସୂଚନା ସହ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।ସଭାରେ କେନ୍ଦୁଗୁଡା, ସାନଛତରଙ୍ଗ, ପୁକିଯାଲ, ମହୁଲପାଟଣା, କାଦେ ପଦର, କମଳାଗୁଡା ତଥା ଆଖ ପାଖ ପଞ୍ଚାୟତ ର ବହୁ ଜନ ସାଧାରଣ, ଥୁଆମୂଲ ରାମପୁର କଲେଜର ଛାତ୍ର ଛାତ୍ରୀ, ଗଣ ମାଧ୍ୟମ ପ୍ରତିନିଧି, ବିଭିନ୍ନ କମିଟି ର କର୍ମକର୍ତ୍ତା, ମତ୍ସ୍ୟ, ଆଇ ଟି ଡି ଏ କାର୍ଯ୍ୟାଳୟର କର୍ମଚାରୀ, ଅଗ୍ନିଶମ କର୍ମଚାରୀ, ପୋଲିସ କର୍ମଚାରୀ ଉପସ୍ଥିତ ଥିଲେ ।
No Result
View All Result