ଚମ୍ପୁଆ ବିଧାୟିକା : ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ରଥର ଶୁଭାରମ୍ଭ କଲେ

୯ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ )  ଯୋଡା/ଚମ୍ପୁଆ :-> ଯୋଡା ଏବଂ ଚମ୍ପୁଆ ବ୍ଲକ ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥର ଶୁଭାରମ୍ଭ କଲେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ମିନାକ୍ଷୀ ମହାନ୍ତ ।

ଆଜି ପ୍ରଥମେ ଯୋଡା ବ୍ଲକ ଜଗନ୍ନାଥ ମନ୍ଦିରରେ ୪ଟି ରଥକୁ ପୂଜାର୍ଚନା କରି ବିଭିନ୍ନ ପଞ୍ଚାୟତକୁ ଗୁଆ ଚାଉଳ ଶ୍ରୀ ଜଗନ୍ନାଥ ଅର୍ପଣ ନିମନ୍ତେ ପଠାଗଲା । ଉକ୍ତ କାର୍ଯ୍ୟକ୍ରମରେ ଯୋଡା ବ୍ଲକ ଉର୍ନ୍ନୟନ ଅଧିକାରୀ ଶ୍ରୀମତୀ ଅରୁଣିମା ସାହୁଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା ।

ସେହିପରି ଚମ୍ପୁଆ ବ୍ଲକ ଉର୍ନ୍ନୟନ ଅଧିକାରୀ ଶ୍ରୀ ରାଜା ରଣଜିତ ବଳଙ୍କ ତତ୍ତ୍ବାବଧାନରେ ୩ଟି ପରିକ୍ରମା ରଥର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ ସମେତ ଗ୍ରାମର ଶତାଧିକ ମହିଳା ମାନଙ୍କର ଉପସ୍ଥିତ ଥିବାର ଦେଖିବାକୁ ମିଳୁଛି ।