୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଗତକାଲି ସନ୍ଧ୍ୟା ସମୟରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ପୁଷ୍ପା ନିଳିମା ଲାକ୍ରାଙ୍କ ନେତୃତ୍ୱରେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧୁକାରୀ ଶ୍ରୀ ନବକିଶୋର ସାହୁ, ସହକାରୀ ପରିଚାଳକ ଅଣସଂକ୍ରାମକ ରୋଗ ଶ୍ରୀ ଦିନବନ୍ଧୁ ସାହୁ ଏବଂ ଟାଉନ ଥାନାର ଆରକ୍ଷୀ ଅଧିକାରୀମାନେ ନୟାଗଡ଼ ତ୍ରିନାଥ ଛକ ଠାରୁ ସ୍ବୟଂ ଶାସିତ ମହାବିଦ୍ୟାଳୟ ମଧ୍ଯରେ ଥିବା ରାସ୍ତା ପାର୍ଶ୍ଵର ଖାଦ୍ୟ ପଦାର୍ଥ ଦୋକାନୀ ଉପରେ ମିଳିତ ଚଢ଼ାଉ କରାଯାଇଥିଲା ।
ଖାଦ୍ୟ ବିକ୍ରି ଲାଇସେନସ୍ ନ ଥିବା,ଅପମିଶ୍ରିତ ଅସ୍ବାସ୍ଥ୍ୟକର ଖାଦ୍ୟ ବିକ୍ରି କରୁଥିବା, ଖାଦ୍ୟରେ ବିଭିନ୍ନ ରଙ୍ଗ ପ୍ରୟୋଗ କରୁଥିବା,ବେଆଇନ ଭାବେ ମାଦକ ଦ୍ରବ୍ୟ ରଖୁଥିବା ଦୋକାନୀମାନଙ୍କ ଠାରୁ ଟ.୨୪୫୦/ – ଆଦାୟ କରାଯାଇଥିଲା । ଉପରୋକ୍ତ ବେଆଇନ୍ କାର୍ଯ୍ୟ ସବୁ ନ କରିବା ପାଇଁ ମଧ୍ୟ ସଚେତନ କରାଯାଇଥିଲା । ଏହିପରି ଚଢ଼ଉ ନୟାଗଡ଼ ଜିଲ୍ଲାରେ ନିୟମିତ କରାଯିବା ପାଇଁ ମଧ୍ଯ କାର୍ଯ୍ୟଖସଡ଼ା କରାଯାଇଥିବାର ସେମାନଙ୍କୁ ବୁଝାଇଦିଆଯାଇଥୁଲା ।



















