No Result
View All Result
୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ଓଡିଶା ସରକାର ଓ କେନ୍ଦ୍ର ସରକାର ଙ୍କୁ ଦୀର୍ଘ ୩ବର୍ଷ ଧରି ଡ୍ରାଇଭର ମାନଙ୍କର ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ଅନେକ ଥର ଦାବି ପ୍ରଦାନ କରିବା ପରେ ମଧ୍ଯ ସରକାର ଡ୍ରାଇଭର ମାନଙ୍କ ପାଇଁ କୌଣସୀ ସୁବିଧା ତଥା କୌଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ପୁଣି ଥରେ ଡ୍ରାଇଭର ମହାସଂଘ ଷ୍ଟେରିଂ ଛାଡ୍ ଆନ୍ଦୋଳନ କୁ ଘୋଷଣା କରିଛି। ଏହି ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳିତ ବର୍ଷ ଜାନୁଆରୀ ୬ ତାରିଖ ରୁ ଆରମ୍ଭ ହେବ। ଯଦି ସରକାର କୌଣସୀ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟେରିଂ ଛାଡ୍ ଆନ୍ଦୋଳନ ହେବ ବୋଲି ଓଡିଶା ଡ୍ରାଇଭର ମହାସଂଘ ରାଇରଙ୍ଗପୁର ଚେତାବନୀ ଦେଇଛି।
ବିଶେଷ ଭାବରେ କେନ୍ଦ୍ର ସରକାର ଡ୍ରାଇଭର ମାନଙ୍କ ପାଇଁ ଯେଉଁ ଆଇନ୍ ଲାଗୁ କରିବାକୁ ଯାଉଛନ୍ତି ତାହା କୁ ମହାସଂଘ ଘୋର ବିରୋଧ କରିବା ସହିତ ପ୍ରତ୍ଯାହାର କରିବାକୁ ଆହ୍ବାନ କରିଛନ୍ତି। ଡ୍ରାଇଭର ମାନେ କହିଛନ୍ତି କି ଡ୍ରାଇଭର କେବେ ଚାହେଁ ନାହିଁ ଜାଣି ଶୁଣି ଦୂର୍ଘଟଣା ଘଟାଇବାକୁ । ଦୂର୍ଘଟଣା ପାଇଁ ହୁଏତ ଯାନ୍ତ୍ରିକ ତୃଟି ପାଇଁ ହୋଇପାରେ କିମ୍ବା ରାସ୍ତା ପାଇଁ ହୋଇପାରେ। ଆପଣ ମାନେ ଜାଣିଛନ୍ତି ମୟୂରଭଞ୍ଜ ଜିଲ୍ଲାର ଦୂଆରଶୂଣୀ ଘାଟୀ ରେ ଦୈନିକ ଦୂର୍ଘଟଣା ଘଟି ଅନେକ ନୀରିହ ଜୀବନ ସହ ଡ୍ରାଇଭର ଙ୍କ ମଧ୍ଯ ଜୀବନ ଚାଲି ଯାଉଛି।
ସଙ୍କଟାପନ୍ନ ରାସ୍ତା ପାଇଁ ଡ୍ରାଇଭର ଦାୟି ନା ସରକାର ଦାୟୀ ବୋଲି ପ୍ରଶ୍ନ ଉଠାଇଥିଲେ। ପୁଣି ସରକାର ଜାତୀୟ ରାଜପଥ କୁ ଆଜି ସଂପୂର୍ଣ୍ଣ ଭାବରେ ତିଆରି କରି ପାରି ନାହାଁନ୍ତି। ଆଉ ଠିକାଦାର ଓ ଯନ୍ତ୍ରୀ ମାନେ ସରକାର ଙ୍କ ଅର୍ଥ ହଡ଼ପ କରି ନିମ୍ନମାନର ରାସ୍ତା ନିର୍ମାଣ କରିବା ଏହା କାହା ପାରିବା ପଣିଆ କହି ସରକାର ଙ୍କୁ ଦୋସ ଲଦିଛନ୍ତି। ଦୂର୍ଘଟଣା ଘଟିଲେ ଜନସାଧାରଣ ଆଗ ବଡ ଗାଡିର ଚାଳକକୁ ମରିବା ପର୍ଯ୍ୟନ୍ତ ମାଡ ହେଉଛି । ତେବେ ଦୂର୍ଘଟଣା ଯଦି କୌଣସୀ କାରଣ ଘଟେ କିଏ ମାଡ ଖାଇବାକୁ ରହିବ।
ତେଣୁ ସରକାରଙ୍କୁ ନିବେଦନ ରଖିଛନ୍ତି ଦୂର୍ଘଟଣା ଘଟିଲେ ଡ୍ରାଇଭର ଯଦି ଆହତ ମାନଙ୍କୁ ଡାକ୍ତର ଖାନା ପର୍ଯ୍ୟନ୍ତ ପହଞ୍ଚାଇବ ସହିତ ମାନବିକତାର ପରିଚୟ ଦିଏ ତାହା ହେଲେ ଜନସାଧାରଣ ଯେପରି ଡ୍ରାଇଭର ମାନଙ୍କୁ କୌଣସୀ କ୍ଷତି ନ ପହଁଚାଇବେ ତାହା ମଧ୍ଯ ଆଇନରେ ଲାଗୁ କରାଯାଉ। ଯଦି ଡ୍ରାଇଭର ମାନଙ୍କ ପ୍ରତି ୧୦ବର୍ଷ କାରାବରଣ ଓ ୭ଲକ୍ଷ ଜରିମାନା ହୁଏ ତେବେ ତାଙ୍କ ପରିବାର ପ୍ରତିପୋଷଣ କରିବ କିଏ , ଡ୍ରାଇଭର ମାନଙ୍କ ର ମାସିକ ଦରମା ହେଉଛି ସାତ ରୁ ଦଶ ହଜାର ମଧ୍ଯ ରେ ରହିଛି । ଏତେ ଅଳ୍ପ ଦରମାରେ କାମ କରି ପରିବାର କୁ ଭରଣପୋଷଣ କରୁଅଛୁ ତେଣୁ ସରକାର ଡ୍ରାଇଭର ମାନଙ୍କ ର ସୁରକ୍ଷା କୁ ଦୃଷ୍ଟି ରଖି ନୀୟମକୁ ଲାଗୁ କରନ୍ତୁ ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଡ୍ରାଇଭର ମହାସଂଘ ଚେତାବନୀ ଦେଇଛି ।
No Result
View All Result