୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ରାଇରଙ୍ଗପୁର ସହରରେ ଆଜିର ମୁଖ୍ଯ ସ୍ଲୋଗାନ ଥିଲା ସଡକ ସୁରକ୍ଷା ଜୀବନ ରକ୍ଷା , ହେଲମେଣ୍ଟ୍ ପିନ୍ଦି ଗାଡି ଚଲାଇବା ନିଜକୁ ସୁରକ୍ଷିତ ରଖିବା । ଆପଣ ମାନେ ଜାଣନ୍ତି କୌଣସୀ ନା କୌଣସୀ କାରଣ ରୁ ଦୈନିକ ରାଜ ରାସ୍ତା ରେ ଉପରେ ଅନେକ ଦୂର୍ଘଟଣା ଘଟି ନୀରହ ଅମୂଲ୍ଯ ଜୀବନ ହାରିବାକୁ ପଡୁଛି ।
ଦୂର୍ଘଟଣା ଘଟିବା ଯୋଗୁଁ କିଏ ପୁଅ କୁ ହରାଉଛି ତ କିଏ ଝିଅ ହରାଉଛି କେଉଁଠି ଛୁଆ ଅନାଥ ହେଉଛି ତ ଆଉ କେତେବେଳେ ପରିବାର ସମାପ୍ତ ହୋଇ ଯାଉଥିବା ନଜର କୁ ଆସୁଅଛି। ସରକାର ଦୂର୍ଘଟଣା କୁ ରୋକିବା ପାଇଁ ଅନେକ ନୀୟମ କାନୁନ୍ ତିଆରି କରୁଛନ୍ତି କିନ୍ତୁ ସଚେତନ ଅଭାବରୁ ନୀୟମ କାନୁନ୍ କୁ ବା ମାନୁଛି।
ଆଜି ପୂର୍ବାହ୍ନ ରେ ରାଇରଙ୍ଗପୁର ଅତିରିକ୍ତ ପରିବହନ ବିଭାଗ ତରଫ ରୁ ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ଏକ ସଚେତନ ରଥ କୁ ସମ୍ମାନୀୟ ରାଇରଙ୍ଗପୁର ଉପଖଣ୍ଡ ଉପଜିଲ୍ଲାପାଳ ସରୋଜ କୁମାର ଦାଶ ସବୁଜ ପତକା ଦେଖାଇ ସଚେତନ ରଥକୁ ଶୁଭାରମ୍ଭ କରିଥିଲେ ।
ଏହି ସଚେତନ ରଥ ବାମନଘାଟୀ ଉପଖଣ୍ଡ ର ବିଭିନ୍ନ ସାତ ଗୋଟି ବ୍ଳକ୍ କୁ ଯାଇ ସଚେତନ ବାର୍ତ୍ତା ପ୍ରଚାର ପ୍ରସାର କରିବ ବୋଲି ଅତିରିକ୍ତ ପରିବହନ ଅଧିକାରୀ ଇଂ ସନ୍ଦିପ କୁମାର ପାଇକରାୟ ପ୍ରକାଶ କରିଥିଲେ ।
ସଡକ ସୁରକ୍ଷା ସପ୍ତାହ ପାଳନ ଅବସରରେ ରାଇରଙ୍ଗପୁର ସହରର ବିଭିନ୍ନ ସାମାଜିକ ସେଚାସେବୀ ସଂଗଠନ ସାମିଲ ଥିଲେ । ସଚେତନ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ସହର ର ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ନାଟକ ଓ ପ୍ରଚାର ପତ୍ର ମାଧ୍ୟମ ରେ ସଚେତନ କରାଯାଇଥିଲା ।