No Result
View All Result
୬ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ରାଇରଙ୍ଗପୁର :-> ଇଚ୍ଚା ଶକ୍ତି ଆଗରେ ହାର ମାନିଛି ସଫଳତା କହିଲେ ଅତ୍ଯୁକ୍ତ ହେବ ନାହିଁ । କଳା ର ମଣିଷ ଟିଏ , ଯିଏ କଳା କୁ ଭଲ ପାଉଥିବା କଳାକାର , କଳା ର ପ୍ରଚାର ପ୍ରସାର ପାଇଁ ଅନେକ ପରିଶ୍ରମ କରି ଯିଏ କି ପଙ୍କ ଭିତରୁ ମୁକ୍ତା ସାଉଁଟି ଆଣି ସମାଜ ଆଗରେ ପ୍ରତିଭାର ପାରିଦର୍ଶିତା ଦେଖାଇ ପାରିଛନ୍ତି ସେ ହେଉଛନ୍ତି ନୃତ୍ଯ ଗୁରୁ ମେଘନାଦ ସାହା ହେମ୍ବ୍ରମ। ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ଯ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ପୌରପରିଷଦ ଅନ୍ତର୍ଗତ ମନ୍ଦିର ସାହିର ବସ୍ତି ବାସିନ୍ଦା ରେ ବସବାସ କରୁଥିବା କୁନି କୁନି ପିଲାମାନଙ୍କୁ ନେଇ ନୃତ୍ଯ ,ସଂଗୀତ , ମୁକ୍ତ ଭାବରେ ଶିକ୍ଷା ପ୍ରଦାନ କରି ,
ବିଦ୍ଯାର୍ଥୀ ମାନଙ୍କ ର ଗୁଣାତ୍ମକ ଚାରିତ୍ରିକ ଓ ବୌଦ୍ଧିକ ବିକାଶ ଦିଗରେ କାର୍ଯ୍ଯ କରୁଥିବାରୁ ଉକ୍ତ ନୃତ୍ଯ ଗୁରୁଙ୍କୁ ଜନସାଧାରଣ ରେ ଚର୍ଚିତ ହୋଇ ପାରିଛନ୍ତି। ଉକ୍ତ ପ୍ରତିଭା ଧାରୀ କୁନି କଳାକାର ମାନଙ୍କ ପାଇଁ ନିଜସ୍ବ ପାଣ୍ଠିରୁ ମଞ୍ଚ ତିଆରି କଳ ପରିବେଷଣ ପାଇଁ ଏକ ସୁଯୋଗ ଶୃଷ୍ଟି କରିଛନ୍ତି। ଏବଂ ମଞ୍ଚ ରେ ସମସ୍ତ ପ୍ରତିଭା ଙ୍କୁ ସମ୍ମାନିତ କରିବା ଓ ପୁରସ୍କାର ବିତରଣ କରିବା ଏହା ପ୍ରସଂଶନୀୟ ପଦକ୍ଷେପ । ଏହା ବ୍ୟତୀତ ସଂଗୀତ ନାଟକ ଶିକ୍ଷା କେନ୍ଦ୍ର ତରଫରୁ ମନ୍ଦିର ସାହି ଓ ଲେପ୍ରା ସାହି ର ଗରିବ ଲୋକଙ୍କୁ କୋମ୍ବଳ ଓ ମଶାରୀ ମଧ୍ଯ ବଣ୍ଟନ କାର୍ଯ୍ୟକ୍ରମ କୁ ଚଳିତବର୍ଷ ହାତ କୁ ନେଇ ଥିଲେ।
ଉକ୍ତ ପ୍ରତିଭା ଅନ୍ଵେଷଣ କାର୍ଯ୍ଯ କ୍ରମ ରେ ମୁଖ୍ଯ ଅତିଥି ଭାବେ ରାଇରଙ୍ଗପୁର ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ରଂଜନ କୁମାର ନନ୍ଦ ଓ ସମ୍ମାନିତ ଅତିଥି ଭାବେ ଭାଷାଭିତ ଲଳିତ ମହାନ୍ତ , ସମାଜ ସେବୀ ବିଜୟ ମୁଖି , ମୁକ୍ତାକାଶ ମହାନ୍ତ, ଝରାଡି ଯୁକ୍ତ ଦୁଇ ସ୍କୁଲ ର ଭାରପ୍ରାପ୍ତ ଅଧ୍ୟକ୍ଷ ସ୍ମୃଚି ରଂଜନ ପାଣି ଉପସ୍ଥିତ ଥିଲେ ।ଅତିଥି ମାନଙ୍କ ଦ୍ଵାରା ପ୍ରଦୀପ ପ୍ରକ୍ଜଳନ୍ କରି ସଭା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଥିଲା । ମନ୍ଦିର ସାହି ଅଙ୍ଗନବାଡ଼ି ଦିଦି ଗାଇତ୍ରୀ ରଜକ୍ , ବସ୍ତି ବାସିନ୍ଦା ର ମୁଖିଆ ଶ୍ରୀଯୁକ୍ତ୍ ରଜକ , ସାମାଜ ସେବୀ ମୁକେଶ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ସଭା ରେ ଅତିଥି ମାନଙ୍କ ର ଚାତୁରିକ୍ ଅଭିଭାଷଣ ରେ ମନ୍ତ୍ର ମୁଗ୍ଦ୍ ହେଲେ ଶତାଧିକ ମନ୍ଦିର ସାହି ବସ୍ତିବାସିନ୍ଦା ଲୋକେ ।
ବସ୍ତି ରେ ବାସ ବାସ କରୁଥିବା ଗରିବ ପରିବାର ର କୁନି କୁନି ଛାତ୍ରଛାତ୍ରୀ ମାନେ କିପରି ଉତ୍ତମ ପାଠ ପଢି ଆଗାମୀ ଦିନରେ ନିଜ ମାତୃ ଭୂମି ର ନାମ ରଖିବେ ସେ ନେଇ ମାର୍ଗ ଦର୍ଶନ କରିଥିଲେ । ସଭା ପରିଶେଷରେ ସଂଗ୍ରାମୀ ଶହୀଦ୍ ବୀର ରଘୁନାଥ ମହାନ୍ତ ମେମୋରିଆଲ୍ ତରଫରୁ ଲେପ୍ରା ସାହି ବସ୍ତିବାସିନ୍ଦା ଙ୍କୁ ମଶାରୀ ବଣ୍ଟନ କରାଯାଇଥିଲା । ପରେ ପରେ ଜିଲ୍ଳା ରେଡକ୍ରସ ଅଧୀକାରୀ ସ୍ମ୍ରତି ରଞ୍ଜନ ପାଣି ଙ୍କ ଦ୍ଵାରା ଗରିବ ଲୋକଙ୍କୁ ମନ୍ଦିର ସାହି ର ବସ୍ତିବାସିନ୍ଦା ଙ୍କୁ କୋମ୍ବଳ ବଣ୍ଟନ କରାଯାଇଥିଲା । ନଵ ଵର୍ଷ କୁ ସ୍ଵାଗତ ଳରିବା ପାଇଁ ବସ୍ତିବାସିନ୍ଦା ର କୁନି କୁନି ପ୍ରତିଭା ମାନଙ୍କ ଦ୍ଵାରା ସଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିଶେଷରେ ବସ୍ତିବାସିନ୍ଦା ର କୁନି ପ୍ରତିଭା ରାହୁଲ ଜେନା ର ୧୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଥିଲା । ବିଶେଷ ଭାବରେ କୁନି ପ୍ରତିଭା ମାନଙ୍କୁ ଓଡ଼ିଆ ଦୈନିକ ଖବର କାଗଜ ଭୌମ୍ ରାଜ୍ ଏଜେନ୍ସୀ ରାଇରଙ୍ଗପୁର ତରପରୁ ପୁରଷ୍କାର ପ୍ରଦାନ କରାଯାଇଥିଲା ।
No Result
View All Result