୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ଼ :-> ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ ଜିଲ୍ଲାପାଳ ସମ୍ମିଳନୀ କକ୍ଷ ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି ! ଜିଲ୍ଲା ଓ ବ୍ଲକ ବୁଥ ସ୍ତର ରେ ନାମ ଯାଞ୍ଚ କରି ପାରିବେ ! ନୂତନ ଭୋଟର ତଥ୍ୟ ଓ ସଂଶୋଧନ କରି ଥିବା ଭୋଟର ମାନଙ୍କୁ ପରିଚୟ ପତ୍ର ପଠା ଯିବାର ବ୍ୟବସ୍ତା କରାଯାଇଛି !

ମୋଟ ଜିଲ୍ଲା ରେ 7ଲକ୍ଷ୍ୟ 97ହଜାର 277ଜଣ ଭୋଟର ଅଛନ୍ତି ଏଥିରେ ପୁରୁଷ ଭୋଟର 4ଲକ୍ଷ୍ୟ 17ହଜାର 368ଜଣ ଓ ମହିଳା ଭୋଟର ସଂଖ୍ୟା 3ଲକ୍ଷ୍ୟ 79ହଜାର 861ଜଣ ସେହି ପରି ତୃତୀୟ ଲିଙ୍ଗ ଭୋଟର 48ଜଣ ଅଛନ୍ତି ! ମହିଳା ଭୋଟର ସଂଖ୍ୟା ବଡ଼ିଛି ଜିଲ୍ଲା ର 4ଗୋଟି ନିର୍ବାଚନ ମଣ୍ଡଳୀ ପାଇଁ 937ଟି ବୁଥ ହେଇଛି ବୋଲି ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି !

ଏହି ସମିଳନୀ ରେ ଉପଜିଲ୍ଲାପାଳ ଶକ୍ତି କାନ୍ତ ରାୟ, ଡେପୁଟି କଲେଟର ଉମା ହାଂସିଦା, ପ୍ରଭାତୀ ମହାରଣା, ଓ କଂଗ୍ରେସ ନେତା ରଂଜିତ ଦାସ, ବିଜେଡ଼ି ନେତା ଗଙ୍ଗାଧର ପଣ୍ଡା, ବିଜେପି ନେତା ପ୍ରଭାତ ମହାପାତ୍ର ଜିଲ୍ଲା ସ୍ତରୀର ସାମ୍ବାଦିକ ଉପସ୍ଥିତ ଥିଲେ !















