୫ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନୟାଗଡ :-> ଜିଲ୍ଲା ପରିଷଦ ନୟାଗଡର ସମ୍ମିଳନୀ କକ୍ଷରେ ସ୍ଵତନ୍ତ୍ର ବିକାଶ ପରିଷଦ ନୟାଗଡର ପ୍ରଥମ ଅଧିବେଶନ ଆଜି ପୂର୍ବାହ୍ନ ୧୧ ଟା ସ୍ଵତନ୍ତ୍ର ବିକାଶ ପରିଷଦ ନୟାଗଡ ଅଧକ୍ଷ୍ୟା ଶ୍ରୀମତୀ ଜାନକୀ ଦେହୁରିଙ୍କ ଅଧକ୍ଷତାରେ ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଶ୍ରୀ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁ, ସ୍ଵତନ୍ତ୍ର ବିକାଶ ପରିଷଦ ନୟାଗଡ ଉପାଧକ୍ଷ୍ୟ ଶ୍ରୀ ଅଜୟ କୁମାର ପ୍ରଧାନ, ସ୍ଵତନ୍ତ୍ର ବିକାଶ ପରିଷଦ ନୟାଗଡ ର ସଭ୍ୟ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ନୟାଗଡ ଶ୍ରୀ ସୂଚାରୁ କୁମାର ବଳ ,

ଉପ ନିର୍ଦେଶକ ଯୋଜନା ଓ ପରିସଖ୍ୟାନ ଶ୍ରୀ ବିଦ୍ୟାଧର ନାଏକ , ଜିଲ୍ଲା ମଙ୍ଗଳ ଅଧିକାରୀ , ଜିଲ୍ଲା କ୍ରିଡା ଅଧିକାରୀ , ଜିଲ୍ଲା କୃଷି ଅଧିକାରୀ (ଭରପ୍ରାପ୍ତ) _, ଜିଲ୍ଲା ସୂଚନା ଏବଂ ଜନସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସଂସ୍କୃତି ଅଧିକାରୀ(ଭରପ୍ରାପ୍ତ) , ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ (ଆର॰ ଜି॰ ଏସ॰ ଏ॰) ତଥା ସ୍ଵତନ୍ତ୍ର ବିକାଶ ପରିଷଦ ନୟାଗଡର ନୋଡାଲ୍ ଅଫିସର ଶ୍ରୀ ମୟଙ୍କ ନନ୍ଦ ଉପସ୍ଥିତ ଥିଲେ। ଏହି ବୈଠକ ରେ ସ୍ଵତନ୍ତ୍ର ବିକାଶ ପରିଷଦ ନୟାଗଡର ୨୦୨୩-୨୦୨୪ ଆର୍ଥିକ ବର୍ଷର ବାର୍ଷିକ ପ୍ରକଳ୍ପ ଖସଡା ପ୍ରସ୍ତୁତ କରଯାଇଥିଲା । ପ୍ରକଳ୍ପ ତାଲିକା ଉପରେ ବିଧିବଦ୍ଧ ଆଲୋଚନା ପରେ ସର୍ବସମ୍ମତରେ ସମସ୍ତ ପ୍ରକଳ୍ପ ଗୁଡିକ ପାରିତ ହୋଇଥିଲା।














