No Result
View All Result
୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଆର,ଉଦୟଗିରି :-> ଆଗାମୀ ୨୨ରେ ଅଯୋଧ୍ୟାରେ ରାମ ମନ୍ଦିର ଉଦ୍ଘାଟନ ହେବାକୁ ଥିବା ବେଳେ ସାରା ଦେଶରେ ଅକ୍ଷତ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅବସରେ ଗଜପତି ଜିଲ୍ଲା ମୋହନାରୁ ଆରମ୍ଭ ହୋଇଛି ଯାତ୍ରା । ଏକସୁସଜ୍ଜତ ରଥରେ ମୋହନା ହନୁମାନ ମନ୍ଦିରରୁ ପୂଜାର୍ଜନା ପରେ ବାହାରିଥିଲା ।

ଏକ ବିଶାଳ ବାଇକ୍ ଶୋଭାଯାତ୍ର ସହ ରଥ ମୋହନା ପରିକ୍ରମା ପରେ ମାଣିକପୁର ହନୁମାନ ମନ୍ଦିରରେ ଥିବା ଅକ୍ଷତ କଳସ ଅଣାଯାଇଥିଲା । ଏହାପରେ ଲୁହାଗୁଡି, ଚାନ୍ଦିପୁଟ ଓ ଚନ୍ଦ୍ରଗିରି ରଥ ପରିକ୍ରମା କରାଯାଇଥିଲା । ରଥ ପରିକ୍ରମା ବେଳେ ସ୍ଥାନୀୟ ଲୋକେ ବିପୁଳ ସ୍ବାଗତ କରିଥିଲେ । ଏହି ଅକ୍ଷତ ଚାଉଳ କଳସ ଯାତ୍ରା ମୋହନା ବ୍ଳକର ସମସ୍ତ ଗ୍ରାମକୁ ପଞ୍ଚାଇ ରାମ ମନ୍ଦିର ଉଦ୍ଘାଟନ ଉପରେ ସଚେତନତା କରିବା ସହ ନିମନ୍ତ୍ରଣ ଜଣାଇବାର କାର୍ଯ୍ୟକ୍ରମ ରହିଛି ବୋଲି ଯାତ୍ରା ପରିଚାଳନା ସମିତି ପକ୍ଷରୁ କୁହାଯାଉଛି.

No Result
View All Result