୪ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) କଟକ :-> ଓଡିଶା ପୋଲିସରେ ୧୯୭୭ ମସିହା ଯୋଗଦାନ କରୀ ଚାକିରୀ ଜୀବନ ଆରମ୍ଭ କରିଥିବା ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କର ଏକ ବନ୍ଧୁମିଳନ ଉତ୍ସବ ଏବଂ ପରଲୋକ ଗତ ସାଥୀଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଥିଲା । ବାସୁଦେବ ପଣ୍ଡାଙ୍କ ତତ୍ତ୍ୱାବଧାନରେ କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀ ସ୍ଥିତ ଧାକୁଲେଇଙ୍କ ପୀଠରେ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମ କରାଯାଇଥିଲା ।

ଏଥିରେ କଟକ, ଜଗତସିଂହପୁର, କେନ୍ଦୁଝର, ଅନୁଗୁଳ ,ବ୍ରହ୍ମପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ଵର ଆଦି ଜିଲ୍ଲାର ସାଥୀ ମାନେ ଯୋଗ ଦେଇ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ ସାଙ୍ଗକୁ ଚାକିରୀ ସମୟର ଅନୁଭୂତିକୁ ପ୍ରକାଶ କରିଥିଲେ । ନୂତନ ବର୍ଷକୁ ସ୍ୱାଗତ କରିବା ସହ ଭୋଜିଭାତ କରି ଏକାଠି ବସି ଖାଇବାର ସୁଯୋଗ ପାଇଥିଲେ । ଏହି କାର୍ଯ୍ୟକ୍ରମ ଆସନ୍ତା ବର୍ଷକୁ ବଡ଼ଧରଣ ସହ ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ଏହି କାର୍ଯ୍ୟକ୍ରମରେ ବାସୁଦେବ ପଣ୍ଡା, ପର୍ଶୁରାମ ରାଉତ, ଗୁରୁଚରଣ ମହାନ୍ତି , ଅଭିମନ୍ୟୁ ମୁଦୁଲି, ଜଟାଧାରୀ ବାରିକ ,ଅଲେଖ ଲେଙ୍କା, ରବୀନ୍ଦ୍ର ସାମଲ, କୁମର ନାଏକ, ପତିତପାବନ ନନ୍ଦ , ଭିମସେନ ପାଇଟାଳ ,ବଳରାମ ପରିଡ଼ା, ଅନିଲ ଦାଶ ,ଗଗନ ବିହାରୀ ବନ୍ଧ ,ପବିତ୍ର ସାହୁ, ଲକ୍ଷ୍ମୀଧର ନାୟକ, ଉଦୟ ସାହୁଙ୍କ ସମେତ ବହୁ ଅବସରପ୍ରାପ୍ତ ପୋଲିସ ଅଧିକାରୀ ଯୋଗ ଦେଇଥିଲେ ।















