୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଚିଲିକା :-> ନାଚୁଣୀ ସ୍ଥିତ ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ସାରସ୍ବତ ଆସର ବଡପଦର କଉଡ଼ି ଖଣି ,ଶ୍ରୀରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସଂଘ ର ସ୍ଥାୟୀ ସଭାପତି ଅଶ୍ଵିନୀ କୁମାର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ସମ୍ପାଦକ ଦେବେନ୍ଦ୍ର ନାଥ ମହାରଥା ବିବରଣୀ ପଠନ କରିଥିଲେ । ପାରସ୍ପରିକ ବନ୍ଧୁ ମିଳନ ପରେ ସଂଘ ର କୋଷାଧ୍ୟକ୍ଷ ହରିବନ୍ଧୁ ମିଶ୍ର, ଭିକାରୀ ଚରଣ ପ୍ରଧାନ, ରାମଚନ୍ଦ୍ର ମାର୍ଥା,ହାଲୁ କିଶୋର ସାହୁ, ସତ୍ୟବାଦୀ ପ୍ରଧାନ, ପଦ୍ମ ଚରଣ ନନ୍ଦ, ମଙ୍ଗୁଳି ପରିଡା, ଦିଲ୍ଲୀପ କୁମାର ଦାଶ ପ୍ରମୁଖ ଭାଷଣ ପ୍ରସଙ୍ଗରେ ଵରିଷ୍ଠ ନାଗରିକ ମାନଙ୍କ ର ସାମାଜିକ ପ୍ରତିବଦ୍ଧତା ଓ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ ।
ଏହି ଅବସରରେ ବାଗ୍ମୀ ଶ୍ରୀ ଯୁକ୍ତ ବ୍ରହ୍ମାଙ୍କ ଦ୍ଵାରା ରାବଣ କ୍ରୃତ ଶିବତାଣ୍ଡବ ସ୍ତୋତ୍ର ଆବ୍ରୃତ୍ତି କରାଯାଇଥିଲା। ଆଗାମୀ ବର୍ଷ ପାଇଁ କେତେକ ସାମାଜିକ, ସାହିତ୍ୟିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ରୂପରେଖ ପ୍ରସ୍ତୁତ କରାଯାଇଥିଲା। ସଂଘ ର ବରିଷ୍ଠ ସଭ୍ୟ ଭିକାରୀ ଚରଣ ପ୍ରଧାନ ନିକଟରେ ଏକ ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ସଂସ୍ଥା ଦ୍ଵାରା ତାଙ୍କର ସାଂସ୍କୃତିକ ସାଧନା ପାଇଁ ନାଟ୍ୟ ଶିରୋମଣି ସମ୍ମାନ ଲାଭ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା ।
ଏଥି ସହ ସଂଘ ର ଜଣେ ପ୍ରତିଷ୍ଠାତା ସଭ୍ୟ ଵିନୋଦ ବିହାରୀ ସାହୁ ଦୂରାରୋଗ୍ୟ ରୋଗରେ ପ୍ରପୀଡ଼ିତ ହୋଇ ସଂଘ ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ପାରୁ ନ ଥିବାରୁ ତାଙ୍କର ଆଶୁ ଆରୋଗ୍ୟ କାମନା କରାଯାଇଥିଲା । ପରିଶେଷରେ ବ୍ରୃନ୍ଦାଵନ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତଙ୍କୁ ମଧ୍ୟାହ୍ନ ଭୋଜନ ରେ ଆପ୍ୟାୟିତ କରାଯାଇଥିଲା ।