୩ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ଵେଗୁନିଆ :->ଵେଗୁନିଆ ଵ୍ଲକ,ଜଙ୍କିଆ ଥାନା ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡ ଭଙ୍ଗା ଗ୍ରାମରେ ଘଟିଯାଇଥିବା ରଶ୍ମିରଞ୍ଜନ (୨୮) ଙ୍କ ମୃତ୍ୟୁ ସନ୍ଦେହ ଘେରରେ ରହିବା ଘଟଣା ଉପରେ ତାଙ୍କ ସାଙ୍ଗ ସୋମନାଥ ଲାଥ (୩୦) ଗତ କାଲି ରାତିରେ ରଣପୁର ବ୍ଲକ ଅନ୍ତର୍ଗତ ଚମ୍ପତିପୁର ନାଚ କରିବା ପାଇଁର ଯାଇଥିଲେ। ସକାଳ ୭ଘ. ସମୟରର ଫେରି ରଶ୍ମିରଞ୍ଜନ ଙ୍କ ଘରେ ନିତ୍ୟ କର୍ମ ସାରି ସାଙ୍ଗ ହୋଇ ଶୋଇ ଥିଲେ।
ରଶ୍ମିରଞ୍ଜନ ଙ୍କର ମା ଜୟନ୍ତି ଆଶାକର୍ମୀ ଭାବେ କାର୍ଯ୍ୟ କରୁଥିବାରୁ ସେ ଘରୁ ବାହାରି ଯାଇଥିଲେ।ତାଙ୍କର ମା ତାଙ୍କ କାମରୁ ଦିନ ୧ଟା ରେ ଫେରିଲା ଜୁଡୁବୁଡୁ ହୋଇ ପଡିରହିଥିବା ରପରେ ଵାହାର ପଟୁ ତାଲା ପଡିଥିବା ର ଦେଖିବାକୁ ପାଇଥିଲେ।ପଡୋଶୀ ଘରେ ପୁଅ ଚାଵି ଦେଇଛି କି ବୋଲି ପଚାରିଥିଲେ। ସେମାନେ ମନା କରି ବାରୁ ବାହାର ପଟୁ ତାଲା ଭାଙ୍ଗି ଦେଖିଲା ଵେଳକୁ ପୁଅ ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିବା ର ଦେଖିବାକୁ ମିଳିଥିଲା।
ପୁଅ ମୁଣ୍ଡକୁ ଏକ ଶକ୍ତ ଅସ୍ତ ଦ୍ୱାରା ଆଘାତ ଦେଇଥିବାରୁ ପ୍ରବଳ ରକ୍ତ ସ୍ରାବ ହୋଇଛି।ଯାହହାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି।ଘଟଣା ସ୍ଥଳରୁ ବାହାରୁ ତାଲା ପକାଇ ଫେରାର ହୋଇଯିବା ସହିତ ଗତ କାଲି ରାତିରେ ଦୁହିଁଙ୍କ ଭିତରେ କଳିଗୋଳ ହୋଇ ସୋମନାଥ ଏଭଳି କାଣ୍ଡ ଘଟାଇ ଥିବାର ଏକ ନନ୍ଦେହ ହେବାର କାରଣ ସୃଷ୍ଠି ହୋଇଛି। ସିକୋ ଫାଣ୍ଡି ଭାରପ୍ରାପ୍ତ ଅଧିକାରୀ ଵ୍ରହ୍ନ୍ନାନନ୍ଦ ସ୍ୱାଇଁ ଖବର ପାଇ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଖୋର୍ଦ୍ଧାରୁ ସାଇଣ୍ଟିଫିକ୍ ଟିମ୍ ଆସି ମନ୍ଧ୍ଯ ତଦନ୍ତ ଜାରି ରଖିଛନ୍ତି।