୨ ଜାନୁଆରୀ,୨୦୨୪ (ଓଡ଼ିଶା ତାଜା ନ୍ୟୁଜ୍ ) ନିଆଳି :-> କଟକ ଜିଲ୍ଲା ନିଆଳି ନିକଟ ,ପୁର୍ଣ୍ଣ ତୋୟ। ପ୍ରାଚୀ ନଦୀ ନିକଟବର୍ତ୍ତୀ ପ୍ରାଚୀନ ଶୈବ ପୀଠ ମହାପ୍ରଭୁ ଶ୍ରୀ ସୋଭନେଶ୍ୱରଙ୍କ ମଇଲମ୍ ଲାଗି ପର୍ଵ ଆରମ୍ଭ ହୋଇଛି । ସର୍ଵ ନୀୟନ୍ତ। ପ୍ରଭୁ ସୋଭନେଶ୍ୱର୍ ଧନୁ ୧୫ ଦିନ ଠାରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଅସୁସ୍ଥ ହେବାର ପରମ୍ପରା କାହିଁ କେତେ କ।ଳୁ ପ୍ରଚଳିତ । ଏହି ସମୟରେ ଠାକୁରଙ୍କ ଠାରେ ଅନ୍ନ ପ୍ରସାଦ ପରିବର୍ତ୍ତେ ବିଭିନ୍ନ ଫଳ ମୂଳ ଅର୍ପଣ କରାଯାଉଥିବାବେଳେ ପାରମ୍ପାରିକ ଘଣ୍ଟ ଘଣ୍ଟା ଆଦି ବାଦ୍ୟ ବଜା ନ ଯାଇ ସମ୍ପୂର୍ଣ୍ଣ ନିରୋଳା ପରିବେଶରେ ଠାକୁରଙ୍କ ନୀତି କ୍ରାନ୍ତି ସମ୍ପୂର୍ଣ କରାଯାଏ ।
ଠାକୁରଙ୍କ ସୋୟଂ କ୍ରିୟା ଆବିର୍ଭାବ ତଥା ଅସୁସ୍ଥ ହେବାର କିମ୍ବଦନ୍ତୀ ରହିଛି । ଏକଦା ବଣ ଜଙ୍ଗଲ ପରିପୂର୍ଣ ଏହି ଅଂଚଳରେ ଜଣେ ଗଉଡ ପାରିବାର ବାସ କରୁଥିଲେ। ତାଙ୍କର ଗୋଟିଏ ଗାଈ ଦୁଧ ନ ଦେବାରୁ କାରଣ ଜାଣିବା ପାଇଁ ଗଉଡ ଜଣକ ଗାଈର ପିଛା କରି ଥିଲେ । କିଛି ଦୂର ଯିବାପରେ ଦେଖିଲେ ଗାଈ ଟିଏ ଏକ ହୁଙ୍କା ଉପରେ ଠିଆ ହୋଇଛି।ଓ ତାର ଚେରରୁ ସୋତଃ ଦୁଗ୍ଧ ନିର୍ଗତ ହେଉଛି। ରାଗରେ ନିଆଁ ବ।ଣ ହୋଇ ଗଉଡ ଜଣଙ୍କ ଧରିଥିବା ବାଡି ଗାଈ ଉପରକୁ ଫିଙ୍ଗି ଥିଲେ , ମଧ୍ୟ ବାଡି ଗାଈ ଦେହରେ ନ ବାଜି ହୁଙ୍କାରେ ବାଜି ଥିଲା ।
ହଠାତ ସେଠାରେ ନିଜେ ଶିବ ଏକ ସୁନ୍ଦର ପୁରୁଷ ବେଶରେ ଆବିର୍ଭାବ ହୋଇ ଥିଲେ। ତାଙ୍କ ମୁଣ୍ଡରୁ ରକ୍ତ ଧାର ବୋହିଯାଉଥିଲ। । ସେହିଦିନ ପରଠାରୁ ପ୍ରଭୁଙ୍କ ଆଦେଶ ମୁତାବକ ହୁଙ୍କା ସ୍ଥାନରେ ନିଜେ ସୃଷ୍ଟି ଶିବ ଲିଙ୍ଗ ପୁଜା ପାଇ ଆସୁଛନ୍ତି। ଏକ ସୁନ୍ଦର ପୁରୁଷ ବେଶରେ ଆବିର୍ଭାବ ପରେ ଅନ୍ତର ଧ୍ୟାନ ହୋଇଯାଇଥିବାରରୁ ଏଠାରେ ଶିବ ନାମ ସୋଭନେଶ୍ୱର୍ ରହିଆସିଛି।
ପ୍ରାୟ ୧ ହଜାର ବର୍ଷ ପୂର୍ବେ ଏଠାରେ ଗଙ୍ଗ ବଂଶ ରାଜାଙ୍କ ଦ୍ଵାରା ନିର୍ମିତ ଅତ୍ୟନ୍ତ ଚିତ୍ତାକର୍ଷକ ମନ୍ଦିର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। କିମ୍ବଦନ୍ତୀ ଅନୁଯାୟୀ ପ୍ରଭୁ ସୋଭନେଶ୍ୱର୍ ଙ୍କ ଠାରେ ଘିଅ,ମହୁ,ରାଶି ତେଲ, ଜାଇ ଫଳ ସମେତ ବିଭିନ୍ନ ପ୍ରକାରର ଚେର୍ ମୁଳି ରେ ପ୍ରସ୍ତୁତ ମଇଲମ ଲାଗି ପରେ ଠାକୁର ମକର ସଂକ୍ରାନ୍ତି ଦିନ ସୁସ୍ଥ ହୁଅନ୍ତି। ଏଣୁ ମକର ସଂକ୍ରାନ୍ତିରେ ପ୍ରଭୁ ସୋଭନେଶ୍ୱରଙ୍କୁ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ଭିଡ଼ ହୁଏ ।