No Result
View All Result

୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) ଚାନ୍ଦପୁର :-> ରଣପୁର ବ୍ଲକ ଚାନ୍ଦପୁର କନ୍ଧନୟାଗଡଠାରେ ଆଠଦେଶ ଯାଦବ ମହାସଂଘର ସାଂଗଠନିକ ବୈଠକ ସଭାପତି ଭ୍ରମରବର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସଂପାଦକ ଭାଗୀରଥି ବେହେରା, କୁହୁଡି ଛଅଗଡ ସଭାପତି ମୋହନ ବେହେରା, ଖୋର୍ଦ୍ଧା ଜିଲ୍ଲା ସଭାପତି ଶଙ୍କର ପ୍ରତାପ ମହାରଥୀ, ବାଣପୁର ସଭାପତି ଗୋଲକବିହାରି ଦାସ,ନିରାକାରପୁର ସଭାପତି ରତ୍ନାକର ବେହେରା,

ହଟକେଶ୍ୱର ସଭାପତି ବସନ୍ତ ସାମନ୍ତରାୟ, କୋଷାଧ୍ୟକ୍ଷ ଶ୍ରୀଧର ଦାସ, ଉପସଭାପତି ଗଙ୍ଗାଧର ବେହେରା, ସହ ସଂପାଦକ ପ୍ରଫୁଲ୍ଲ ସାମନ୍ତରାୟ କନ୍ଧନୟାଗଡ ପୂର୍ବତନ ସରପଞ୍ଚ ଅରୁଣ ସୁବୁଦ୍ଧି, ଉପଦେଷ୍ଟା ଲକ୍ଷ୍ମୀଧର ବେହେରାଙ୍କ ସମେତ ଅନ୍ୟାନ୍ୟ ସଭ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ମହାସଂଘରେ ଏକ ଓ ସଂହତି ରକ୍ଷାପୂବକ ଯାଦବଙ୍କ ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ଅଭିବୃଦ୍ଧି ନିମିତ ସମସ୍ତେ ଉଦ୍ୟମ ଜାରି ରଖିବାକୁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା

No Result
View All Result