No Result
View All Result
୩୧ ଡିସେମ୍ବର ୨୦୨୩ (ଓଡ଼ିଶା ତାଜା ନ୍ୟୁଜ୍ ) କନ୍ଧମାଳ :-> କନ୍ଧମାଳର ବରିଷ୍ଠ କବି, ସାହିତ୍ୟିକ ଓ ଶିକ୍ଷାବିତ୍ ଡଃ ନୃସିଂହାନନ୍ଦ ମହାପାତ୍ର ଜାତୀୟ ସମତା ସାହିତ୍ୟ ଏକାଡେ଼ମୀ ମହାରାଷ୍ଟ୍ରର (ମୁମ୍ବାଇ) ସ୍ଥିତ ଶ୍ରୀଲୋକାର ସ୍ମାରକ ମନ୍ଦିର ହଲ ଠାରେ ଜାତୀୟ ସମ୍ମାନ ସହିତ ମାନପତ୍ର ଉପଢୌକନ ଓ ନଗଦ ପୁରସ୍କାର ୧୦,୦୦୦ଟଙ୍କା ଗ୍ରହଣ କରିଛନ୍ତି । ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ସାଧୁସନ୍ଥମାନଙ୍କର ସମାଗମ ହୋଇଥିଲା .

ଏହି ପୁରସ୍କାର ବିତରଣୀ ଉତ୍ସବରେ ମହାରାଷ୍ଟ୍ର ସରକାରଙ୍କ ମୂଖ୍ୟ ଶାସନ ସଚିବ ଓ ଉର୍ଜା ମନ୍ତ୍ରୀ ଓ ବହୁ ସିନେମା ତାରକା ମାନେ ଉପସ୍ଥିତ ଥିଲେ। ତାଙ୍କର ଏହି ସଫଳତା ପାଇଁ ସମସ୍ତ ଅତିଥି ବୃନ୍ଦ ଶୁଭକାମନା ଜଣାଇଛନ୍ତି । ଏତଦ୍ ବ୍ୟତିତ ଡଃ ମହାପାତ୍ରଙ୍କ ଲିଖିତ ୩୨ ଖଣ୍ଡ ଆଧ୍ୟାତ୍ମିକ ପୁସ୍ତକ ଓଡ଼ିଆ ସାହିତ୍ୟ ବାଣି ବଣ୍ଡାରକୁ ସମ୍ଭୃନ୍ଧ କରି ଅଛି ।

ତାଙ୍କର ଏହି କୃତି ଓ କୃତିତ୍ୱ ପାଇଁ ବହୁବାର ଜାତୀୟ ଓ ଆର୍ନ୍ତଜାତୀୟ ଓ ରାଜ୍ୟସ୍ତରୀୟ ବହୁ ଅନୁଷ୍ଠାନ ଦ୍ଵାରା ସମ୍ମାନିତ ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ କନ୍ଧମାଳର ବୁଦ୍ଧିଜୀବିମାନେ ଶୁଭେଚ୍ଛା ଓ ଶୁଭ କାମନା ଜ୍ଞାପନ କରିଛନ୍ତିି।


No Result
View All Result